ଗଜପତି,୧।୧୦ (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତପାରଳାଖେମୁଣ୍ଡି ଠାରୁ ନାମନଗଡ଼ ରାସ୍ତା ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।୧୫ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରାୟ ୧୦ କିଲୋମିଟର ଦୀର୍ଘ ବିଶିଷ୍ଟ ଏହି ରାସ୍ତା ପୂର୍ତ୍ତ
ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ବେଳେ, ସୂଚନା ଫଳକ ଅନୁସାରେ କେବିଆର (KBR)ନାମକ ଠିକାଦାର ସଂସ୍ଥା କାର୍ଯ୍ୟ ସଂପାଦନ କରିଥିବା ଜଣାପଡ଼ିଛି। ସୂଚନା ଫଳକରେ ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ଏହି କାର୍ଯ୍ୟର ଆରମ୍ଭ ତା:- ୧ ମେ ୨୦୨୫ ରିଖରେ ହୋଇଥିବା ବେଳେ କାର୍ଯ୍ୟ ସମ୍ପୁର୍ଣ୍ଣ ତା:- ୩୧ ମେ ୨୦୨୬ରିଖ ଉଲ୍ଲେଖ ରହିଛି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ମାତ୍ର ଚାରି ମାସ ମଧ୍ୟରେ ରାସ୍ତାର ଦୁରାବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇଥିବା ଦେଖିବାକୁ ମିଳୁଛି।ଏହି ପରିପ୍ରେକ୍ଷୀରେ ରାସ୍ତା ନିର୍ମାଣରେ ବ୍ୟବହୃତ ସାମଗ୍ରୀର ଗୁଣବତ୍ତା, ନିର୍ମାଣକାର୍ଯ୍ୟର ମାନଦଣ୍ଡ ଏବଂ କାର୍ଯ୍ୟର ଗୁଣବତ୍ତା ନିର୍ଦ୍ଧାରିତ ନିୟମ ଅନୁଯାୟୀ ହୋଇଛି କି ନାହିଁ, ସେ ବିଷୟରେ ପ୍ରଶ୍ନ ଉଠୁଛି। ଏଥିସହ ନିର୍ମାଣ କାର୍ଯ୍ୟର ତଦାରଖ ଠିକ୍ ଭାବରେ ହୋଇଥିଲା କି ନାହିଁ ଏବଂ କେଉଁ ଆଧାରରେ କାର୍ଯ୍ୟକୁ ଅନୁମୋଦନ ଦିଆଯାଇଛି, ତାହା ସ୍ପଷ୍ଟ କରିବାକୁ ଦାବି ହୋଇଛି।୧୫.୩୮ କୋଟି ଟଙ୍କାର ଏହି ପ୍ରକଳ୍ପରେ କୌଣସି ଅନିୟମିତତା ଘଟିଛି କି ନାହିଁ, ତାହାର ମଧ୍ୟ ନିରପେକ୍ଷ ଭାବେ ଯାଞ୍ଚ କରିବା ସହ ଆବଶ୍ୟକ ହେଲେ ପ୍ରାଯୁକ୍ତିକ ଟିମ୍ ଦ୍ୱାରା ରାସ୍ତାର ଗୁଣବତ୍ତା ପରୀକ୍ଷା କରାଯାଉ ବୋଲି ଦାବି ହୋଇଛି।ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post