ଗଜପତି ତା ୧.୧୦( ମନୋଜ କୁମାର ପାଢୀଙ୍କ ରିପୋର୍ଟ) ଗଜପତି ଜିଲ୍ଲା ର ଆର, ଉଦୟଗିରି ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ଼ ଠାରେ ଦୁଇ ଦିନ ଧରି ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି | ଉଦଘାଟନୀ ଉତ୍ସବରେ ସ୍ଥାନୀୟ ଛେଳିଗଡ଼ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ପାଇକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର ମଣ୍ଡଳ ମୁଖ୍ୟ ବକ୍ତା ତଥା ସଭାପତି ରୂପେ ଆସନ ଅଳଙ୍କୃତ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ମହେନ୍ଦ୍ରଗଡ଼ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ରା ଉଦୟଗିରି ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଜି ଲଷ୍ମୀ ତାୟରୁ,ଅବସରପ୍ରାପ୍ତ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ଶ୍ରୀ ସଂଜୀବ କୁମାର ଦାସ, ଶ୍ରୀ ରାମଚନ୍ଦ୍ର ଦଳବେହେରା ଉପସ୍ଥିତ ଥିଲେ | ବ୍ଲକର ବିଭିନ୍ନ ବିଦ୍ୟାଳୟରୁ 14ବର୍ଷରୁ କମ ଓ 17ବର୍ଷରୁ କମ ବୟସର ଛାତ୍ର ଛାତ୍ରୀମାନେ ବିଭିନ୍ନ ବିଭାଗରେ ପ୍ରାୟ 300 ଜଣ ଅଂଶ ଗ୍ରହଣ କରିଥିଲେ |ସେହିଭଳି ଉଦଯାପନୀ ଉତ୍ସବରେ ଗୋଠକେଳି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନିରାକାର ବେହେରା ମୁଖ୍ୟ ଅତିଥି ରୂପେ ଆସନ ଅଳଙ୍କୃତ କରିଥିଲେ | ଦୁଇ ଦିନର ବିଭିନ୍ନ ଖେଳ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଥିଲା |କୃତୀ ଖେଳାଳି ମାନଙ୍କୁ ରାୟଗଡ଼ କଲ୍ୟାଣ ବିଭାଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା | ବ୍ଲକର ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନେ ଖେଳ ପରିଚାଳନା କରିଥିଲେ |ଏହି ଦୁଇଦିନଆ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଶ୍ରୀ ସୋମନାଥ ପାଇକ ଶ୍ରୀ ବନମାଳୀ ବଡ଼ରଇତ ଶ୍ରୀ ଭାଗିରଥି ପରିଡା ଶ୍ରୀ ବଦ୍ରୀନାଥ ଦାସ, ସାରଦା ମହାରଣା ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ |ଅବସରପ୍ରାପ୍ତ ଶିକ୍ଷକ ମଞ୍ଚ ସଂଯୋଜନା କରିଥିବା ବେଳେ ଶ୍ରୀ ଭାଗିରଥି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ |
Sign in
Sign in
Recover your password.
A password will be e-mailed to you.