ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ସମ୍ଭାବ୍ୟ ବାତ୍ୟା ଗଜପତି ଜିଲ୍ଲା ନିକଟସ୍ଥ ଆନ୍ଧ୍ରପ୍ରଦେଶ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ଜଳପ୍ରପାତ, ମହେନ୍ଦ୍ରଗିରି ପର୍ବତ ଏବଂ ବି.ଏନ୍. ପ୍ୟାଲେସ୍କୁ ସାମୟିକ ଭାବେ ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଛି।ଏହି ବାବଦରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ୨୨ ସେପ୍ଟେମ୍ବରରେ ବିଜ୍ଞପ୍ତି ଜାରି କରାଯାଇଛି।ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ପ୍ରବେଶକୁ ରୋକିବା ସହ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ନେବାକୁ ଗଜପତି ଆରକ୍ଷୀ ଅଧିକ୍ଷକ, ବନଖଣ୍ଡ ଅଧିକାରୀ ଏବଂ ମୋହନା, କାଶୀନଗର, ରାୟଗଡ଼, ଆର୍.ଉଦୟଗିରି, ନୂଆଗଡ଼ ଓ ଗୁମ୍ମା ବିଡିଓଙ୍କୁ ପତ୍ର ମାଧ୍ୟମରେ ସୂଚୀତ କରାଯାଇଛି।ସମ୍ଭାବ୍ୟ ବାତ୍ୟା ଓ ପ୍ରତିକୂଳ ପାଣିପାଗ ଯୋଗୁଁ ଜଳପ୍ରପାତ ଏବଂ ପାହାଡ଼ିଆ ଅଞ୍ଚଳରେ କୌଣସି ପ୍ରକାରର ଅଘଟଣକୁ ଏଡ଼ାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କୁ ଏହି ସ୍ଥାନ ଗୁଡ଼ିକୁ ଯିବା ପାଇଁ ବାରଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.