ଡେଙ୍ଗାସଖାଲ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ।

0

ଗଜପତି ( ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡୁମୀଗୁଡ଼ା ୩୨୬ ନମ୍ବର ଜାତୀୟ ରାଜପଥଠାରୁ ଡେଙ୍ଗାସଖାଲ ପଞ୍ଚାୟତ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ନିର୍ମାଣର ମାତ୍ର ତିନି ମାସ ମଧ୍ୟରେ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇଥିବା ବେଳେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ହୋଇ ଯାତାୟାତ ପାଇଁ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି।ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ହୋଇଥିବା ଏହି ରାସ୍ତା କାମର ଗୁଣବତ୍ତାକୁ ନେଇ ଅଭିଯୋଗ ଉଠିଛି। ଠିକାଦାର ଓ ସମ୍ପୃକ୍ତ ଯନ୍ତ୍ରୀଙ୍କ ତଦାରଖ ଅଭାବରୁ ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ରାସ୍ତା ନିର୍ମାଣରେ ବ୍ୟବହୃତ ସାମଗ୍ରୀର ଗୁଣବତ୍ତା, କାମର ମାନ ଓ ଖର୍ଚ୍ଚ ହୋଇଥିବା ଅର୍ଥର ଯଥାର୍ଥ ବ୍ୟବହାର ନେଇ ତଦନ୍ତ କରିବା ସହ ଆବଶ୍ୟକ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ରାସ୍ତାର ଦୁରବସ୍ଥା ଯୋଗୁଁ ଦୁର୍ଘଟଣା ଆଶଙ୍କା ଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଦାବି ଜଣାଇଛନ୍ତି।

Leave A Reply

Your email address will not be published.