ଗଜପତି (ମନୋଜ କୁମାର ପାଢୀ ଙ୍କ ରିପୋର୍ଟ):-ଗତକାଲିଠାରୁ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ୨୨ ସେପ୍ଟେମ୍ବରରେ ଜିଲ୍ଲାର ୮ଟି ବର୍ଷା ମାପକ କେନ୍ଦ୍ରରୁ ମୋଟ ୧୬୧.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଜିଲ୍ଲାର ହାରାହାରି ବୃଷ୍ଟିପାତ ୨୦.୧୮ ମିମି ରହିଛି।ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ, ଗଜପତିର ରିପୋର୍ଟ ଅନୁଯାୟୀ ଗୋଷାଣିରେ ସର୍ବାଧିକ ୩୫.୦ ମିମି ଏବଂ ପାରଳାଖେମୁଣ୍ଡିରେ ୩୧.୬ ମିମି ବର୍ଷା ହୋଇଛି। ଏହା ପରେ ରାୟଗଡ଼ାରେ ୨୦.୬ ମିମି, ଆର୍.ଉଦୟଗିରିରେ ୧୮.୦ ମିମି,କାଶୀନଗରରେ ୧୫.୮ ମିମି, ନୂଆଗଡ଼ରେ ୧୫.୨ ମିମି, ଗୁମ୍ମାରେ ୧୫.୦ ମିମି ଏବଂ ମୋହନାରେ ସର୍ବନିମ୍ନ ୧୦.୨ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି।ଲଗାତାର ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି।
Sign in
Sign in
Recover your password.
A password will be e-mailed to you.