କେନ୍ଦ୍ରାପଡା ବ୍ଲକ ଓ ନଗର ବିଜେଡି ପୁନଃଗଠିତ

ଆଲୋକ କୁମାର ସାହୁ ସଭାପତି, ମୃତ୍ୟୁଞ୍ଜୟ ମହାନ୍ତି (ମଣ୍ଟୁ)କାର୍ଯ୍ୟକାରୀ ସଭାପତି ଓ ଯଯାତିକେଶରୀ ମହାନ୍ତି ନଗର ସଭାପତି ଭାବେ ମନୋନୀତ

0

ପଟ୍ଟାମୁଣ୍ଡାଇ୨୦/୯- ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ରାପଡା ବ୍ଲକ ଓ ନଗର ବିଜେଡିର ପୁନଃଗଠନ କରିଛନ୍ତି I ନବୀନଙ୍କ ଅନୁମୋଦନକ୍ରମେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ପଟ୍ଟାମୁଣ୍ଡାଇ ବିଜେଡିର ବର୍ଷିଆନ ନେତା ଆଲୋକ କୁମାର ସାହୁଙ୍କୁ ପୁନଃବାର କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି I ସେହିପରି ବ୍ଲକ ସଭାପତିଙ୍କୁ ସାଙ୍ଗଠନିକ କାର୍ଯ୍ୟରେ ସହଯୋଗ ପାଇଁ ଯୁବନେତା ମୃତ୍ୟୁଞ୍ଜୟ ମହାନ୍ତି (ମଣ୍ଟୁ)ଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯାଇଛି ଏହାଛଡା କେନ୍ଦ୍ରାପଡା ନଗର ଅଂଚଳରେ ବିଜେଡି ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ ଯଯାତିକେଶରୀ ମହାନ୍ତିଙ୍କୁ ପୁନଃବାର ନଗର ବିଜେଡି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି I କେନ୍ଦ୍ରାପଡା ବ୍ଲକ ଓ ନଗର ବିଜେଡିର ନବ ନିଯୁକ୍ତ କର୍ମକର୍ତ୍ତାମାନେ ବିଜେଡି ସୁପ୍ରିମୋ ନବୀନ ପଟନାୟକ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ରାଜନଗର ବିଧାୟକ ଧ୍ରୁବ ସାହୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଦଳର ନିର୍ଦେଶରେ ଆଗାମୀ ଦିନରେ ସଂଗଠନକୁ ଅଧିକ ମଜଭୁତ କରି ଆସନ୍ତା ପଂଚାୟତ ଓ ପୌର ନିର୍ବାଚନରେ ଦଳର ବିପୁଳ ବିଜୟ ସୁନିଶ୍ଚିତ କରିବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି I ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡିର ନବ ନିଯୁକ୍ତ କର୍ମକର୍ତ୍ତା ମାନଙ୍କୁ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ଓ ପୌର ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ମହିଳା ସଭାନେତ୍ରୀ ସରିତା ସାହୁଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି I

Leave A Reply

Your email address will not be published.