ବୃନ୍ଦାବନ(୨୦/୯): ସ୍ୱାମୀ ପଦ୍ମାନନ୍ଦଜୀ ମହାରାଜ (ଉତ୍ପଳ ମହାରାଜ) ଗତ ୧୯ ସେପ୍ଟେମ୍ବର ୨୦୨୬, ସନ୍ଧ୍ୟା ୭ଟା ୧୦ ମିନିଟ୍ରେ ବୃନ୍ଦାବନ ହସ୍ପିଟାଲରେ ମହାସମାଧି ଲାଭ କରିଛନ୍ତି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା।
ସ୍ୱାମୀ ପଦ୍ମାନନ୍ଦଜୀ ମହାରାଜ ୨୦୨୬ ମସିହା ଜୁନ୍ ମାସରୁ ମଲ୍ଟିପଲ୍ ମାଇଲୋମା (ରକ୍ତ କର୍କଟ) ରୋଗରେ ପୀଡ଼ିତ ଥିଲେ। କର୍କଟ ରୋଗର ଚିକିତ୍ସା ପାଇଁ ଗତ ୨୩ ଅଗଷ୍ଟ ୨୦୨୬ରେ ତାଙ୍କୁ ବୃନ୍ଦାବନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ତାଙ୍କୁ ସର୍ବୋଚ୍ଚ ମାନର ଚିକିତ୍ସା ଯୋଗାଇ ଦିଆଯିବା ସହିତ ତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାରର ଆବଶ୍ୟକ ପ୍ରୟାସ କରାଯାଇଥିଲା। ତଥାପି ଧୀରେ ଧୀରେ ତାଙ୍କ ଶାରୀରିକ ଅବସ୍ଥାର ଅବନତି ଘଟିଥିଲା ଏବଂ ଔଷଧ ପ୍ରତି ତାଙ୍କ ଶରୀର ଆଉ ପ୍ରତିକ୍ରିୟା କରୁନଥିଲା।
ଆଜି ସନ୍ଧ୍ୟାରେ ସେପ୍ଟିକ୍ ଶକ୍ ଯୋଗୁଁ ତାଙ୍କ ହୃଦ୍ଯନ୍ତ୍ରର କ୍ରିୟା ବନ୍ଦ ହୋଇଯାଇଥିଲା। ଏହାପରେ ସେ ଶାନ୍ତିପୂର୍ଣ୍ଣ ଭାବେ ଦେହତ୍ୟାଗ କରିଥିଲେ।
ତାଙ୍କ ପାର୍ଥିବ ଦେହର ଅନ୍ତିମ ସଂସ୍କାର ଆଜି ରାତିରେ ବୃନ୍ଦାବନସ୍ଥିତ ମୋକ୍ଷଧାମରେ ସମ୍ପନ୍ନ କରାଯିବ।
ରିପୋର୍ଟ-ସନାତନ ମହାକୁଡ଼
Sign in
Sign in
Recover your password.
A password will be e-mailed to you.