ଜ୍ୟୋତିରଞ୍ଜନ ପ୍ରଧାନ (ବଣ୍ଟି) ବିଜୁଜନତାଦଳ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ
ପଟ୍ଟାମୁଣ୍ଡାଇ ୨୦/୯ :କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟକାରୀ ସଭାପତି ଭାବେ ଜ୍ୟୋତିରଞ୍ଜନ ପ୍ରଧାନ ମନୋନୀତ ହୋଇଛନ୍ତି।ଶ୍ରୀ ପ୍ରଧାନ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଞ୍ଚଳର ୭ ପଞ୍ଚାୟତର ଜଣେ ମୂଖ୍ୟ ସଙ୍ଗଠକ ଭାବେ ପରିଚିତ।ସେ ବିଧାୟକ ଗଣେଶ୍ଵର ବେହେରାଙ୍କ ଏକାନ୍ତ ଆନୁଗତ୍ୟ। ଦୀର୍ଘ ଦିନରୁ ବିଧାୟକଙ୍କ ସହିତ ସାଙ୍ଗଠନିକ କାର୍ଯ୍ୟରେ ସହଯୋଗ କରି ସଫଳତାର ସହ ନିର୍ବାହ କରିଛନ୍ତି।ଏହି ଗୁରୁଦାୟିତ୍ଵର ଶ୍ରେୟ ସର୍ବପ୍ରଥମେ ବିଜୁଜନତା ଦଳ ସଭାପତି ତଥା ବିରୋଧିଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ, ବିଧାୟକ ଗଣେଶ୍ଵର ବେହେରା, ଧୃବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଜିଲ୍ଲା ସଭାପତି ଶିବପ୍ରସାଦ ଭଳଙ୍କୁ ଶ୍ରେୟ ଦେବାସହିତ କୃତଜ୍ଞତା ଜଣାଇଛନ୍ତି।ଆଗାମୀ ଦିନରେ ଦଳପକ୍ଷରୁ ଯାହା ନିର୍ଦ୍ଧେଶ ରହିବ,ତାହା ସୁଚାରୁ ରୂପେ କାର୍ଯ୍ୟ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।