ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଶାଖା ପକ୍ଷରୁ ଉଦବୋଧନୀ ଓ ତୃତୀୟ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0

ଗଜପତି,୧୧. ୯.(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା କାଶୀନଗର ସଦରମହକୁମାସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଭେଙ୍କଟେଶ୍ୱର ସ୍ନାତକ ମହାବିଦ୍ୟାଳୟର ମିଳିତ ସହଯୋଗରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଗଜପତି ଶାଖା ପକ୍ଷରୁ ଉଦବୋଧନୀ ଓ ତୃତୀୟ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦକ୍ଷିଣ ସମ୍ଭାଗ ଅଧ୍ୟକ୍ଷା ଡ଼. କଲ୍ୟାଣୀ ମିଶ୍ର, ସମ୍ପାଦକ ତଥା ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ମହାବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀ ନବକୃଷ୍ଣ ସାହୁକାର, ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୀପ୍ତିରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କର୍ଣ୍ଣମ୍ ବିଜୟ କୁମାର, ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀର ପରିଚାଳକ ଶ୍ରୀ ରାମନାଥ ପାତ୍ର, ଶ୍ରୀ ରମାକାନ୍ତ ପାତ୍ର, ସଦସ୍ୟା ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଏବଂ ଜିଲ୍ଲା ସମ୍ପର୍କ ସେତୁ ସଂଯୋଜକ ଶ୍ରୀ ରାଜେନ୍ଦ୍ର କୁମାର ରଥ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଅତିଥିମାନେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ, ଦିଗଦର୍ଶନ ଓ ସତମାର୍ଗରେ ପରିଚାଳିତ ହେବା ସହିତ ଦେଶ ଓ ସମାଜର ଉନ୍ନତିରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ।ପରେ ସମସ୍ତ ଅତିଥିଙ୍କ ଉପସ୍ଥିତିରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ଚାରାରୋପଣ କରିଥିଲେ। ପରିବେଶ ସୁରକ୍ଷା ସହିତ ସବୁଜ ପରିବେଶ ସୃଷ୍ଟି ପାଇଁ ଏଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆଗକୁ ମଧ୍ୟ ଜାରି ରଖିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ କାଡାଗଲା ରମ୍ଯା,ନାଭ୍ଯାଶ୍ରୀ ପଟ୍ଟନାୟକ, ଏସ୍. ଧନଲକ୍ଷ୍ମୀ, ସୁସ୍ମିତାରାଣୀ,ନିକିତା ସ୍ବଦେଶ ମନ୍ତ୍ର ପାଠ କରିବା ସହ ସସ୍ମିତା ପଟ୍ଟନାୟକ ବିବେକବାଣୀ ପଠନ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପିକା ତଥା ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଯୁବ ସଦସ୍ଯା ସୁଶ୍ରୀ ଅଞ୍ଜନା ପଟ୍ଟନାୟକ ସମସ୍ତ ଅତିଥି, ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.