ଗଜପତି,୬.୯(ମନୋଜ ପାଢ଼ୀ)-: ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପାଇଁ କାର୍ଯ୍ୟନିର୍ବାହୀ କମିଟି, ପରାମର୍ଶଦାତା କମିଟି, କୋଷାଧ୍ୟକ୍ଷ , ଉପ ସଭାପତି, ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ନୂତନ ପଦାଧିକାରୀ ତାଲିକା ସୂଚୀ ଜାରି କରିଛନ୍ତି I ଭାରତୀୟ ଜାତୀୟ କଂଗ୍ରେସ ର ମାନ୍ୟବର ସଭାପତି ଶ୍ରୀ ମାଲ୍ଲିକାର୍ଜୁନ୍ ଖାର୍ଗେ ଉକ୍ତ ତାଲିକା ସୂଚୀ କୁ ଅନୁମୋଦିତ କରିଛନ୍ତି। ଉକ୍ତ ଅନୁମୋଦିତ ନୂତନ ପଦାଧିକାରୀ ତାଲିକା ରେ ପୂର୍ବତନ ଯୁବ ଉପ ସଭାନେତ୍ରୀ ଏବଂ ଜିଲ୍ଲା ସଂଖ୍ୟା ଲଘୁ ଶାଖା ସଭାନେତ୍ରୀ ଏବଂ ଦୃଢ଼ ମହିଳା ନେତ୍ରୀ ଶ୍ରୀ ଜସ୍ମିନ୍ ଶେଖ୍ ଙ୍କୁ ପ୍ରଦେଶ କଂଗ୍ରେସ କମିଟିର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ରାଜ୍ୟ ସମ୍ପାଦିକା (ସଂଗଠନ) ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ତାଙ୍କର ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତା, ସାଂଗଠନିକ ଦକ୍ଷତା ଓ ନେତୃତ୍ୱ ଗୁଣ ନିଶ୍ଚିତ ଭାବେ ପ୍ରଦେଶ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବ ବୋଲି ଦୃଷ୍ଟିରେ ରଖି ଜସ୍ମିନ୍ ଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମହୋଦୟ ଶ୍ରୀ ମାଲ୍ଲିକାର୍ଜୁନ୍ ଖାର୍ଗେ ଙ୍କୁ, ଅଗ୍ରୀୟ ନେତ୍ରୀ ଶ୍ରୀ ସୋନିଆ ଗାନ୍ଧୀଙ୍କୁ, ଲୋକସଭାର ବିରୋଧୀ ଦଳର ନେତା ଶ୍ରୀ ରାହୁଲ୍ ଗାନ୍ଧୀଙ୍କୁ, ଶୀର୍ଷ ନେତ୍ରୀ ଶ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ , ସାଧାରଣ ସମ୍ପାଦକ ଶ୍ରୀ କେ ସି ବେନୁଗୋପାଳଙ୍କୁ, ଓ ପି ସି ସି ପ୍ରଭାରୀ , ପୁରୁଖା ନେତା ପି ସି ସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କୁ ଏବଂ ଗଜପତି ଜିଲ୍ଲା ସଭାପତି ଶ୍ରୀ ଶଙ୍କର ପ୍ରଧାନ ଆଦି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି I
Sign in
Sign in
Recover your password.
A password will be e-mailed to you.