ମୋହନାର M k c ବିଦ୍ୟାଳୟ ଠାରେ ମହା ଆଡ଼ମ୍ବରରେ ଗୁରୁ ଦିବସ ପାଳନ ।

0

ମୋହନା (ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ମୋହନା ଠାରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ବଧିର ମାନସିକ ଅନଗ୍ରସର ମସ୍ତିସ୍କ ପକ୍ଷା ଘାତ ସ୍ବତନ୍ତ୍ର ବିଦ୍ୟାଳୟ ରେ ବହୁତ ଆନନ୍ଦ ଉଲ୍ଲାସ ରେ ପାଳନ କରାଯାଇଥିଲା ଉକ୍ତ ବୈଈଠକ ରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଦଣ୍ଡାସି ସାହୁ ସଭାପତିତ୍ଵ କରିଥିଲେ ଓ ବେଗୁନିଆପଡ। ବ୍ଲକ୍ ଅନ୍ତର୍ଗତ ବେଲପଡ଼ା ଗ୍ରାମନିବାସୀ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରଯୁକ୍ତ ଯୁଧିଷ୍ଟର ନାୟକ ମୂଖ୍ୟ ଅଥିତି ନାରାୟଣ ଚୌଧୂରୀ ସମାଜ ସେବୀ ତଥା ଦକ୍ଷିଣ ଓଡିଶା ହଳଦିଆ ତୋଇଲ ସମାଜ ର ସମ୍ପାଦକ ଓ ଶ୍ରୀ ପ୍ରଶାନ୍ତ ବୀର , ଶିକ୍ଷା କମିଟି ସଭାପତି ଏବଂ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଦୟ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସମେତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ସଭା ରେ ଗୁରୁଦିବସ ର ମାହାତ୍ମ୍ୟ ଉପସ୍ଥିତ ଅତଥିମାନେ ମତବ୍ୟକ୍ତ କରିଥିଲେ ,

ଏହା ପରେ ଅତିଥ ମାନେ ଆଣିଥିବା ଦ୍ୟାନିକ ବ୍ୟବହୃତ ସାମଗ୍ରୀ ପିଲାଙ୍କୁ ବଣ୍ଟନ କରିଥିଲେ ଏବଂ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଥିଲେ ସର୍ବସେଷରେ ବିଦ୍ୟାଳୟର ସମ୍ପାଦକ ଶ୍ରଯୁକ୍ତ ଦଣ୍ଡାସି ସାହୁ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଓ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣାଇ ସଭାସାଙ୍ଗ କରିଥିଲେ।

Leave A Reply

Your email address will not be published.