ପରିଚ୍ଛା ମଠରେ ଭକ୍ତିମୟ ପରିବେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ।

ଗଜପତି,୪.୯(ମନୋଜ ପାଢ଼ୀ):- ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ପାରଳାଖେମୁଣ୍ଡି ସହରର ରାଜଗୁରୁ ସାହିସ୍ଥିତ ଶ୍ରୀ ରସିକରାଜ ମନ୍ଦିର ପରିଚ୍ଛା ମଠରେ ମହାଆଡମ୍ବରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ନିକଟସ୍ଥ ମା’ ଫୁଲସୁନ୍ଦରୀ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ସଂକୀର୍ତ୍ତନ ଦଳ ମନ୍ଦିର ପରିକ୍ରମା କରିଥିଲେ।ମନ୍ଦିର ପରିସରରେ ଭକ୍ତିମୟ ସଂକୀର୍ତ୍ତନ ଓ ହରିନାମ ଧ୍ୱନିରେ ପରିବେଶ ମୁଖରିତ ହୋଇଉଠିଥିଲା। ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ପାଇଁ ପରିଚ୍ଛା ମଠରେ ବହୁ ସାଧୁସନ୍ଥଙ୍କ ସମେତ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା।ଭକ୍ତମାନେ ଶ୍ରୀକୃଷ୍ଣଙ୍କ ଦର୍ଶନ କରିବା ସହ ସଂକୀର୍ତ୍ତନରେ ସାମିଲ ହୋଇ ଆଧ୍ୟାତ୍ମିକ ଭାବଧାରାରେ ନିଜକୁ ଭିଜାଇଥିଲେ। ଜନ୍ମାଷ୍ଟମୀ ପାଳନକୁ ନେଇ ପରିଚ୍ଛା ମଠ ଓ ଏହାର ଆଖପାଖ ଅଞ୍ଚଳରେ ସାରାଦିନ ଉତ୍ସବମୁଖର ହୋଇଥିଲା।

Comments are closed.