ସେଞ୍ଚୁରିଅନ୍ ୟୁନିଭରରସିଟିରେ କୌଶଳ ଓ କୃଷି ମେଳା ।

ଗଜପତି, ୪.୯(ମନୋଜ ପାଢ଼ୀ) :- ଦକ୍ଷିଣ ଓଡ଼ିଶାର ଯୁବବର୍ଗଙ୍କ ଦକ୍ଷତା ବିକାଶ, ରୋଜଗାର ସୁଯୋଗ ଓ କୃଷି କ୍ଷେତ୍ରର ଆଧୁନିକୀକରଣକୁ ଗୁରୁତ୍ୱ ଦେଇ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ ପକ୍ଷରୁ କୌଶଳ ଓ କୃଷି ମେଳା ଆୟୋଜିତ ହୋଇଛି। ସିୟୁଟିଏମ୍ କ୍ୟାମ୍ପସ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ମାନ୍ୟବର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ପାରଳା ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ଏହି ମେଳା ମାଧ୍ୟମରେ ଦକ୍ଷିଣ ଓଡ଼ିଶାର ଆକାଂକ୍ଷା, ବିକାଶ ଓ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଦକ୍ଷତା ସଶକ୍ତିକରଣ ଦିଗରେ ଏକ ନୂଆ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।ବିଶେଷକରି ଯୁବକ-ଯୁବତୀଙ୍କୁ ଆଧୁନିକ ଦକ୍ଷତା ପ୍ରଶିକ୍ଷଣ ସହ ଯୋଡ଼ିବା, କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତିର ପ୍ରୟୋଗ ଏବଂ ସ୍ଥାନୀୟ ସମୁଦାୟକୁ ସଶକ୍ତ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ସେଞ୍ଚୁରିଅନ୍ ୟୁନିରସିଟିର ‘ଜୀବନକୁ ଗଢ଼ି ତୋଳିବା, ସମ୍ପ୍ରଦାୟକୁ ସଶକ୍ତ କରିବା’ ଲକ୍ଷ୍ୟକୁ ଆଗେଇ ନେବାରେ ଏହି ମେଳା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଛି।
ସାଂସଦ ଶ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତି ଓ ଅଂଶଗ୍ରହଣ ଦକ୍ଷିଣ ଓଡ଼ିଶାର ଦକ୍ଷତା ବିକାଶ ଓ ଯୁବଶକ୍ତି ସଶକ୍ତିକରଣ ପ୍ରତି ଗୁରୁତ୍ୱକୁ ପ୍ରତିଫଳିତ କରିଥିବା ବେଳେ, ଏଭଳି ପଦକ୍ଷେପ ଆଗାମୀ ଦିନରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି।

Comments are closed.