୫ ଓ ୬ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ

0

ଭୁବନେଶ୍ୱର: ଆସନ୍ତା ୫ ଓ ୬ ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କଟକରେ ଅନୁଷ୍ଠିତ ହେବ।କଟକ ଇନ୍‌ଡୋର ଷ୍ଟାଡିୟମରେ ଦୁଇଦିନ ଧରି ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ଦଳର ରାଜ୍ୟସ୍ତରୀୟ ନେତୃତ୍ୱ ସମେତ ୪୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେବେ।ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଯୋଗଦେବେ। ଏଥିସହ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ଦଳର ବରିଷ୍ଠ ନେତାମାନେ ବୈଠକରେ ଉପସ୍ଥିତ ରହିବେ।ବୈଠକରେ ରାଜ୍ୟର ରାଜନୈତିକ ଓ ସାଙ୍ଗଠନିକ ପ୍ରସଙ୍ଗ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ। ଏହାସହ ତିନୋଟି ପ୍ରସ୍ତାବ ଆଗତ ହେବାର ସମ୍ଭାବନା ରହିଥିବା ନେଇ ରାଜ୍ୟ ଉପସଭାପତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.