ନବନିଯୁକ୍ତ ପିଏଚ୍.ଡି. ଗବେଷଣାର୍ଥୀଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ,

 ଜୟପୁର | ୨୮ ଅଗଷ୍ଟ ୨୦୨୬(ଏ.ଭେଙ୍କଟ ରାଓ) : ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପରିସରରେ ଆଜି ନବନିଯୁକ୍ତ ପିଏଚ୍.ଡି. ଗବେଷଣାର୍ଥୀମାନଙ୍କ ପାଇଁ ଏକ ଅଭିମୁଖୀକରଣ (Induction) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନୂତନ ଗବେଷଣାର୍ଥୀମାନଙ୍କୁ ବିଶ୍ୱବିଦ୍ୟାଳୟର ଗବେଷଣା ବ୍ୟବସ୍ଥା, ନିୟମାବଳୀ, ଶୈକ୍ଷିକ ପରିବେଶ ଏବଂ ଗବେଷଣା ସମ୍ପର୍କିତ ବିଭିନ୍ନ ପ୍ରକ୍ରିୟା ସହିତ ପରିଚିତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲl ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ହୃଷୀକେଶ ସେନାପତି, କୁଳସଚିବ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ,ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ (CPGC) ଡ. ପ୍ରଶାନ୍ତ କୁମାର ପାତ୍ର, ପରୀକ୍ଷା ନିୟନ୍ତ୍ରକ (COE) ଶ୍ରୀ ରଂଜନ କୁମାର ପ୍ରଧାନ ଏବଂ ବିଶ୍ୱବିଦ୍ୟାଳୟର ସମସ୍ତ ପଞ୍ଜୀକୃତ ପିଏଚ୍.ଡି. ଗବେଷଣା ଗାଇଡ୍ ଉପସ୍ଥିତ ରହି ନବାଗତ ଗବେଷଣାର୍ଥୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ମାନ୍ୟବର କୁଳପତି ନବନିଯୁକ୍ତ ଗବେଷଣାର୍ଥୀମାନଙ୍କୁ ଗବେଷଣା କ୍ଷେତ୍ରରେ ନିଷ୍ଠା, ଶୃଙ୍ଖଳା, ମୌଳିକତା, ଗବେଷଣା ନୀତି ଏବଂ ଏକାଡେମିକ୍ ଇଣ୍ଟେଗ୍ରିଟି ର ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ। ଉଚ୍ଚମାନର ଗବେଷଣା ମାଧ୍ୟମରେ ସମାଜ ଓ ଦେଶର ଉନ୍ନତିରେ ଅବଦାନ ରଖିବା ପାଇଁ ସେ ଗବେଷଣାର୍ଥୀମାନଙ୍କୁ ପ୍ରେରଣା ଦେଇଥିଲେ।ପଞ୍ଜୀକୃତ ଗବେଷଣା ଗାଇଡ୍‌ମାନେ ମଧ୍ୟ ଗବେଷଣା ପ୍ରଣାଳୀ, ସାହିତ୍ୟ ସମୀକ୍ଷା, ଗବେଷଣା ନୀତି, ତଥ୍ୟ ସଂଗ୍ରହ, ଗବେଷଣା ପ୍ରବନ୍ଧ ପ୍ରସ୍ତୁତି ଏବଂ ପିଏଚ୍.ଡି. ଗବେଷଣାର ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ଗବେଷଣାର୍ଥୀମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମ ନବନିଯୁକ୍ତ ପିଏଚ୍.ଡି. ଗବେଷଣାର୍ଥୀମାନଙ୍କ ପାଇଁ ବିଶେଷ ଭାବେ ଉପଯୋଗୀ ଓ ପ୍ରେରଣାଦାୟକ ହୋଇଥିଲା। କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ବିଶ୍ୱବିଦ୍ୟାଳୟର ଗବେଷଣା ପରିବେଶ, ନିୟମାବଳୀ ଏବଂ ନିଜର ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟ ଧାରଣା ପାଇଥିଲେ।ଶେଷରେ ଡକ୍ଟର ବିଜୟ କୁମାର ସେଠୀ, ସମସ୍ତ ମାନ୍ୟବର ଅତିଥି, ପଞ୍ଜୀକୃତ ଗବେଷଣା ଗାଇଡ୍ ଏବଂ ନବନିଯୁକ୍ତ ପିଏଚ୍.ଡି. ଗବେଷଣାର୍ଥୀମାନଙ୍କୁ ଧନ୍ୟବାଦ ଜଣାଇବା ସହିତ କାର୍ଯ୍ୟକ୍ରମର ସଫଳ ସମାପ୍ତି ଘୋଷଣା କରାଯାଇଥିଲା।

Comments are closed.