ଯାଜପୁର:ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଜେନାପୁର – ଯାବରା ସେତୁ ତଳେ ବ୍ରାହ୍ମଣୀ ନଦୀରେ ଗାଧେଇବାକୁ ଯାଇ ତିନି ଯୁବକ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି। ତୃତୀୟ ବ୍ୟକ୍ତି ଜଣକ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବରହମପୁର ଗ୍ରାମର ବିଜୟ ଦଳେଇଙ୍କ ପୁଅ ପ୍ରତାପ ଦଳେଇ ୨୧, ଅମୂଲ୍ୟ ଦଳାଇଙ୍କ ପୁଅ ସିଦ୍ଧାର୍ଥ ଦଳାଇ ( ନଣ୍ଡା ୨୪), ଯଇରାମ ଦଳାଇଙ୍କ ପୁଅ ଶାନ୍ତନୁ ଦଳେଇ (କାଳିଆ ୨୩) ଦୁଇଟା ବେଳେ ଗାଧେଇବା ପାଇଁ ଯାଇଥିବା ବେଳେ ଏଭଳି ଦୁଃଖଦ ଘଟଣା ଘଟିଛି। ସମସ୍ତେ ବୁଡି ଯାଉଥିବା ବେଳେ ରବୀନ୍ଦ୍ର ପଣ୍ଡା ଙ୍କ ପୁଅ ସତ୍ୟବ୍ରତ ପଣ୍ଡା(୨୫) ଜୀବନକୁ ବାଜି ଲଗାଇ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ପ୍ରତାପକୁ ଉଦ୍ଧାର କରି ପାରିନାହିଁ। ପରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ନିଖୋଜଙ୍କ ଉଦ୍ଧାର କରାଯାଇ ପାରି ନାହିଁ। ଏଭଳି ଦୂର୍ଘଟଣା ପାଇଁ ସ୍ଥାନୀୟ ଲୋକେ ବେଆଇନ ବାଲିଘାଟ ଦ୍ୱାରା ସୃଷ୍ଟି ହୋଇଥିବା ବୃହତ ଗର୍ତ୍ତକୁ ଦାୟୀ କରୁଛନ୍ତି। ପୂର୍ବରୁ ସେଠାରୁ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ବାଲି ଉଠାଇ ଥିବାରୁ ଏଭଳି ଘଟଣା ଘଟିଲା ବୋଲି କୁହାଯାଉଛି। ଆହତ ମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ନିଖୋଜ ଯୁବକ ପ୍ରତାପର ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳି ପାରି ନାହିଁ।
Sign in
Sign in
Recover your password.
A password will be e-mailed to you.
Comments are closed.