ଗଜପତି,୨୪.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସେକ୍ସନ ଅଫିସର ଶ୍ରୀମତୀ ଚୂତପ୍ରିୟା ଜେନାଙ୍କ ପ୍ରତିଭାବାନ କନ୍ୟା ଜାନଭୀ ଜେନା ମିସ୍ ଦିଭା ଏକ୍ସେଲେନ୍ସ – ୨୦୨୬ ମୁକୁଟ ହାସଲ କରି ସମଗ୍ର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି।ଦିଲ୍ଲୀ ଏନ୍ସିଆର୍ର ହାୟାତ୍ ସେଣ୍ଟରଠାରେ ଆୟୋଜିତ ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଶ୍ରୀ ସଲମାନ ଖୁର୍ସିଦଙ୍କ ସମେତ ବହୁ ବିଶିଷ୍ଟ ଅନ୍ତର୍ଜାତୀୟ ଓ ଫ୍ୟାଶନ୍ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଉପସ୍ଥିତିରେ ଜାନଭୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଜାନଭୀଙ୍କ ଯାତ୍ରା ପ୍ରତିଭା, ଦୃଢ଼ ସଙ୍କଳ୍ପ ଓ ସୌନ୍ଦର୍ଯ୍ୟର ଏକ ଅଦ୍ଭୁତ ଉଦାହରଣ। ତାଙ୍କର ଉଲ୍ଲେଖନୀୟ ସଫଳତା ମଧ୍ୟରେ ଗ୍ଲାମ୍ ଗାଇଡାନ୍ସ ପ୍ରେଜେନ୍ସ ମିସ୍ ଇଣ୍ଡିଆ ୟୁନିଭର୍ସ ୨୦୨୧, ମିସ୍ ସ୍ୱାଗତିକା ୨୦୨୨, ମିସ୍ ଷ୍ଟାର୍ ଆଇକନ୍ ୨୦୨୩, ମିସ୍ କସ୍ତୁରୀ ୨୦୨୪, ମିସ୍ ଆକ୍ଟିଭ୍ ୨୦୨୫, ମିସ୍ ଫ୍ୟାଶନେବଲ୍ ୨୦୨୫ ଏବଂ ଏବେ ମିସ୍ ଦିଭା ଏକ୍ସେଲେନ୍ସ ୨୦୨୬ ଭଳି ମୁକୁଟ ରହିଛି।ଜାନଭୀ ଏ ଜେ ଡାନ୍ସ କ୍ରିଉ, ଏ ଜେ ଆର୍ଟ କ୍ରିଉ ଏବଂ ଏ ଜେ ଫ୍ୟାସନ ଏକାଡେମୀର ପ୍ରତିଷ୍ଠା କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ଏହି ପ୍ରତିଷ୍ଠାନଗୁଡ଼ିକ ମାଧ୍ୟମରେ ସେ ଯୁବପିଢ଼ିଙ୍କୁ ନିଜର ସୃଜନଶୀଳତା, ଆତ୍ମବିଶ୍ୱାସ ଓ କଳାତ୍ମକ ପ୍ରତିଭାକୁ ଆବିଷ୍କାର କରିବା ପାଇଁ ନିରନ୍ତର ପ୍ରୋତ୍ସାହିତ କରୁଛନ୍ତି।ପାରଳାଖେମୁଣ୍ଡିରୁ ସୁଦୂର ଦିଲ୍ଲୀର ବିଶାଳ ମଞ୍ଚ ପର୍ଯ୍ୟନ୍ତ ଜାନଭୀଙ୍କ ଯାତ୍ରା ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଦ୍ୱାରା ସଫଳତାରେ ପରିଣତ କରିବାର ଏକ ପ୍ରେରଣାଦାୟକ କାହାଣୀ।ତାଙ୍କର ସୌନ୍ଦର୍ଯ୍ୟ, ବୁଦ୍ଧିମତ୍ତା, ସୃଜନଶୀଳତା ଓ ନେତୃତ୍ୱ ଯୋଗୁଁ କେବଳ ଗଜପତି ଜିଲ୍ଲା ନୁହେଁ, ସାରା ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ଭାବେ ପରିଚିତ ହୋଇ ପାରିଛନ୍ତି। ତାଙ୍କର କଠିନ ପରିଶ୍ରମ,ପ୍ରତିଭା ଓ ଅଦମ୍ୟ ଦୃଢ଼ ସଙ୍କଳ୍ପ ତାଙ୍କୁ ଏହି ଅସାଧାରଣ ସଫଳତା ଆଣି ଦେଇଛି। ଏହି ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବି ମହଲ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.