ଜାତୀୟ ଭଲିବଲ୍ ଚାମ୍ପିୟନଶିପ୍‌ରେ ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶ୍ରେୟସ ପାତ୍ର ।

0

ଗଜପତି,୨୪.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଗଜପତିର ଛାତ୍ର ଶ୍ରେୟସ ପାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଭୁବନେଶ୍ୱର ରିଜିଅନ୍ ପକ୍ଷରୁ ଅଣ୍ଡର-୧୭ ବାଳକ ଭଲିବଲ୍ ଦଳରେ ମନୋନୀତ ହୋଇ ଗଜପତି ଜିଲ୍ଲାକୁ ପ୍ରତିନିଧିତ୍ଵ କରିଥିଲେ।ଆଗ୍ରା ରିଜିଅନ୍‌ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଆୟୋଜିତ ୫୫ତମ ଜାତୀୟ ଭଲିବଲ୍ ଚାମ୍ପିୟନଶିପ୍ ୨୦୨୬-୨୭ ୧୭ ଅଗଷ୍ଟରୁ ୨୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏହି ଜାତୀୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଶ୍ରେୟସଙ୍କ ଅଂଶଗ୍ରହଣରୁ ତାଙ୍କର ପରିଶ୍ରମ, ନିଷ୍ଠା ଓ କ୍ରୀଡ଼ା ପ୍ରତିଭାର ପ୍ରମାଣ ମିଳେ।ଶ୍ରେୟସ ଏହି ସଫଳତା ପାଇଁ ତାଙ୍କର ପିତା ତଥା ଜିଲ୍ଲା ଭାରପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କୁ ଶ୍ରେୟ ଦେଇଛନ୍ତି। ତାଙ୍କର ଏହି ସଫଳତା ଏବଂ ଗୌରବମୟ ଅଂଶଗ୍ରହଣ ପାଇଁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ମାତା ଶ୍ରୀମତୀ ସରିତା ଜେନା, ଅଭିଭାବକ ଓ କ୍ରୀଡ଼ାପ୍ରେମୀମାନେ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.