ଭଦ୍ରକ: ବନ୍ୟା ପ୍ରଭାବିତ ଭଦ୍ରକ ଜିଲ୍ଲା ଗସ୍ତକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି। ବନ୍ୟା ପୀଡ଼ିତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ଅଧିକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି।
ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ କଣ୍ଟ୍ରୋଲ୍ ରୁମ୍ ହେଲ୍ପଲାଇନ୍ ନମ୍ବର ଜାରି କରାଯିବା ସହ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ୧୬ଟି ମୋବାଇଲ୍ ରିଲିଫ୍ ସେଣ୍ଟର୍ କାର୍ଯ୍ୟକ୍ଷମ କରାଯାଇଛି। ଆଣ୍ଟି-ସ୍ନେକ୍ ଭେନମ୍, ହାଲୋଜେନ୍ ବଟିକା, ଓ.ଆର୍.ଏସ୍ ସମେତ ସମସ୍ତ ପ୍ରାଥମିକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ରଖିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.