ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସମର୍ଥକ ମାନଙ୍କ ଦ୍ଵାରା ବନ୍ୟା ପିଡୀତାଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ପଟ୍ଟାମୁଣ୍ଡାଇ ୨୩/୮ : ପଟ୍ଟାମୁଣ୍ଡାଇ ପୈାରାଞ୍ଚଳ ଅନ୍ତର୍ଗତ ୩ନଂ ଓ ୪ନଂ ଓ୍ଵାର୍ଡ ନନ୍ଦିନୀ ନଗର ଓ ତନୁପୁର ଠାରେ ସମାଜସେବୀ ଅବିନାଶ ଲେଙ୍କାଙ୍କ ନେତୃତ୍ବରେ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସମର୍ଥକ ମାନେ ବନ୍ୟା ପୀଡିତା ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଛନ୍ତି। ବିଗତ ୧୫ ଦିନହେଵ ବନ୍ୟା ପୀଡିତାମାନେ ପାଣି ଘେରରେ ରହି କଲବଲ ହେଉଥିବା ବେଳେ, ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇ ନଥିବାବେଳେ ଅଂଶୁମାନ ମହାନ୍ତିଙ୍କ ସମର୍ଥକ ମାନଙ୍କ ଦ୍ଵାରା ଏହି ରନ୍ଧାଖାଦ୍ୟ ବଣ୍ଟନ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତ ଶନିବାର ନନ୍ଦିନୀ ନଗର ଠାରେ ବଣ୍ଟନ କରାଯାଇଥିବା ଵେଳେ, ଆଜି ତନୁପୁର ଠାରେ ଵନ୍ୟାପୀଡିତା ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି ।
ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବନ୍ୟାଞ୍ଚଳ ପରିଦର୍ଶନ କରିବା ସମୟରେ ଵାଛରା ଗ୍ରାମ ଠାରେ ସର୍ପାଘାତର ଶିକାର ହୋଇଥିଲେ। ଭୂଵନେଶ୍ଵର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ପରେ ବର୍ତମାନ ସେ ସୁସ୍ଥ ଅଛନ୍ତି। ତାଙ୍କର ବହୁ ଶୁଭେଚ୍ଛୁ ମାନେ ତାଙ୍କ ଆଶୁ ଆରୋଗ୍ୟ କାମନାକରି ଭୂଵନେଶ୍ଵର ବାସଭବନରେ ସାକ୍ଷାତ କରିଥିଲେ । ତେଣୁ ବିଧାୟକ
ଶ୍ରୀ ମହାନ୍ତି ଏହି ରନ୍ଧାଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିଲେ।


ଏହି ରନ୍ଧାଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିବା ସମର୍ଥକ ମାନଙ୍କ ମଧ୍ୟରେ ଅବିନାଶ ଲେଙ୍କା, ସତ୍ୟପ୍ରିୟ ସାମଲ, ମନୋରଞ୍ଜନ କର,ସମିର ଜେନା,ପିଣ୍ଟା ଚୋୖଧୁରୀ, ପୂର୍ବତନ କାଉନସିଲର ମଳୟ ମଲ୍ଲିକ, ସମାଜସେବୀ ବାଇଧର ମଲ୍ଲିକ, ସୁର୍ଯ୍ୟକାନ୍ତ ନାୟକ, ରାଜେନ୍ଦ୍ର ପାତ୍ର,ହରି ତରାଇ ସରୋଜ ଵାଵୁ ପ୍ରଦୀପ୍ତ ବେହେରା ଓ ମଦନ ପ୍ରମୁଖ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.