ଶାନ୍ତ ସରଳ,ନିଷ୍କପଟ ବ୍ୟକ୍ତିତ୍ଵ ବୈକୁଣ୍ଠ ସେନାପତିଙ୍କ ପରଲୋକ ଅନ୍ତିମ ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ରାପଡା ବିଧାୟକ

ପଟ୍ଟାମୁଣ୍ଡାଇ ୨୩/୮: କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଡିହାପଡା ପଞ୍ଚାୟତ କୁପୁଣି ଗ୍ରାମର ଶାନ୍ତ,ସରଳ,ନିଷ୍କପଟ ତଥା ପୂର୍ବତନ ସରପଞ୍ଚ ବୈକୁଣ୍ଠ
ସେନାପତିଙ୍କ ପରଲୋକ ଘଟିଛି। ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି। ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସ୍ଵର୍ଗତ ବୈକୁଣ୍ଠ ଭାଇ ବିଧାୟକ ଗଣେଶ୍ଵର ବେହେରାଙ୍କ ଦୃଢ ସମର୍ଥକ ତଥା ରାଜନୈତିକ ପରାମର୍ଶ ଦାତା ଥିଲେ ।ଦୀର୍ଘ ସମୟଧରି ନରସିଂହପୁର କୃଷି ସମବାୟ ସମିତି ସଭାପତି ଓ ଡିହାପଡା ପଞ୍ଚାୟତର କଂଗ୍ରେସ ସଭାପତି ଭାବେ ବିଧାୟକଙ୍କ ସହିତ କାର୍ଯ୍ୟକରି ପଞ୍ଚାୟତର ବହୁ ଉନ୍ନତିମୂଳକ କାର୍ଯ୍ୟ ସମ୍ପାଦିତ କରିଛନ୍ତି । ସେ ଏପରି ବ୍ୟକ୍ତିତ୍ଵ ଥିଲେ ତାଙ୍କ ବିଷୟରେ ଯେତେ କହିଲେ କିମ୍ଵା ଲେଖିଲେ କମ୍ ହେବ । ଗତକାଲି ତାଙ୍କ ମରଶରୀର ଭୂଵନେଶ୍ଵରରୁ ଆସିବା ବାଟରେ ତାଙ୍କୁ ପ୍ରଥମେ ଵଡମୂଳଵସନ୍ତ କୃଷି ସମବାୟ ସମିତି ନିକଟରେ ସଭାପତି ସଞ୍ଜୟ ଲେଙ୍କାଙ୍କ ନେତୃତ୍ବରେ କୃଷି ସମବାୟର ସମସ୍ତ କର୍ମଚାରୀ, ଶୁଭେଚ୍ଛୁ ଓ ଜନସାଧାରଣ ମାନେ ପୁଷ୍ପଗୁଚ୍ଛ ଦେଇ ଅନ୍ତିମ ଦର୍ଶନ କରିଥିଲେ।


ପରେ ତାଙ୍କର ଶୁଭେଚ୍ଛୁ ମାନେ ଶୋକାକୁଳ ପରିବେଶରେ ଵଡମୂଳଵସନ୍ତ ଠାରୁ ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ଏହି ଶୋଭାଯାତ୍ରାରେ ବିଧାୟକ ଗଣେଶ୍ଵର ବେହେରା ସାମିଲ ହୋଇ ତାଙ୍କ ନିଜ ବାସସ୍ଥାନ କୁପୁଣି ଗ୍ରାମରେ ପହଞ୍ଚି ଥିଲେ । ତାଙ୍କ ମରଶରୀର ବାସଗୃହ ଠାରେ ପହଞ୍ଚିଵା ପରେ , ନିତୀ ନିୟମ ଅନୁସାରେ କାର୍ଯ୍ୟ ସରିବା
ପରେ ବିଧାୟକଙ୍କ ସମେତ ତାଙ୍କର ଶହ ଶହ ଶୁଭେଚ୍ଛୁ ଓ ବନ୍ଧୁ କୁଟୁମ୍ବ ମାନେ ତାଙ୍କ ମରଶରୀରକୁ କାନ୍ଧରେ କାନ୍ଧୋଇ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ତାଙ୍କ ଏକମାତ୍ର ପୁତ୍ର ମୁଖାଗ୍ନୀ ଦେଇଛନ୍ତି।

Comments are closed.