ଆର, ଉଦୟଗିରି,୨୨.୮(ମନୋଜ ପାଢ଼ୀ)-:ଆର୍.ଉଦୟଗିରି ଥାନା ଶିଆଳିଲଟି ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଗଞ୍ଜାମ ଜିଲ୍ଲା ଗୁମ୍ମା ଗାଁର ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।
ଆର୍.ଉଦୟଗିରି ଥାନା ଅନ୍ତର୍ଗତ ଶିଆଳିଲଟି ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଘଟିଛି ଦୁର୍ଘଟଣା। ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତ ଯୁବକଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ଗୁମ୍ମା ଗାଁର ବୋଲି ସୂଚନା ମିଳିଛି।ଖବର ପାଇ ଆର୍.ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ବାଇକ୍ ଜବତ କରିଛି। ଦୁର୍ଘଟଣାର କାରଣ କଣ ଏବଂ କିପରି ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେଲା, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.