ରାୟଗଡା : ବନଖଣ୍ଡ ଅଧିକାରୀ , ରାୟଗଡା ଙ୍କ ନିର୍ଦ୍ଧେଶ କ୍ରମେ ଶ୍ରୀ ଅନିଲ କୁମାର ପାଣିଗ୍ରାହୀ , ବନାଞ୍ଚଳ ଅଧିକାରୀ , ରାୟଗଡ଼ ଙ୍କ ନେତୃତ୍ୟ ରେ ରାୟଗଡ଼ ବନାଞ୍ଚଳ ର ସମସ୍ତ ବନ କର୍ମଚାରୀ କୋମତାଲପେଟା ସେକ୍ସନ ଅଧିନସ୍ଥ ଡୋକୁଲୁଗୁଡା ଗ୍ରାମରେ ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ତଦନ୍ତ କରି କିଛି ଘରେ ଚଢାଉ କରିଥିଲେ । ଏହି ଚଢାଉ ରେ ଡୋକୁଲୁଗୁଡା ଗ୍ରାମର କେ ଶ୍ରୀନିବାସ , ଗୌରୀ ଶଙ୍କର ଚିକ।ଟୀ ଓ ବିବେକ ରାଓ କ।ଲାଗାରା ଙ୍କ ଘରେ ଚଢାଉ କରଯାଇଥିଲା । ଏହି ଚଢାଉ ରେ କେ ଶ୍ରୀନିବାସ ଘରେ ବେଆଇନ ଭାବେ ରଖାଯାଇଥିବା ୬୭ ଗୋଟି ଶାଳ ସାଇଜ , ଗୌରୀ ଶଙ୍କର ଚିକ।ଟୀ ଘରେ ୬୬ ଗୋଟି ଶାଳ ସାଇଜ ଓ ପଟ। ଓ ବିବେକ ରାଓ କ।ଲାଗାରା ଙ୍କ ଘରେ ୫୬ ଗୋଟି ଶାଳ , ପିଆଶାଳ ଓ ଶାଗୁଆନ ସାଇଜ ଜବତ କରଯାଇଥିଲା । ସେମାନେ କୌଣସି ବିଭାଗୀୟ କାଗଜ ଦେଖାଇ ପାରିନଥିଲେ ଓ ସେମାନେ ସ୍ଵୀକାର କରିଲେ ଯେ ସେମାନେ ବେଆଇନ ଭାବେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ରୁ ଗଛ କାଟି ଆଣିଥିଲେ । ଉପରୋକ୍ତ ଅପରାଧ ସକାଶେ ସେମାନଙ୍କୁ ଶ୍ରୀ ଅନନ୍ତ ହେମ ଚରଣ ବେହେରା , ବନପାଳ , କୋମତାଲପେଟା ଗିରଫ କରିଥିଲେ ଓ କାଠ ଗୁଡିକୁ ଜବତ କରିଥିଲେ । ଏହି ଜବତ କାଠ ର ଆନୁମାନିକ ବଜାର ର ମୂଲ୍ୟ ଟଙ୍କା – ୩୦୦୦୦୦.୦୦ ହେବ । ଏହି ଚଢାଉ ରେ ରାୟଗଡ଼ ସେକ୍ସନ ର ବନପାଳ ଶ୍ରୀ ଗୌରୀ ଶଙ୍କର ସାହୁ , ଶ୍ରୀମତୀ ପଦ୍ମାବତୀ ପାଢୀ , ବନପାଳ ଓ ରାୟଗଡ଼ ବନାଞ୍ଚଳ ର ଅନ୍ୟ କର୍ମଚାରୀ ଯୋଗଦାନ କରିଥିଲେ ।