ଗଜପତି 22/8(ମନୋଜ ପାଢ଼ୀ): ସମାଜରୁ ମାନବିକତା ସମ୍ପୂର୍ଣ୍ଣ ମରିଯାଇନାହିଁ, ବରଂ ଆଜି ବି କିଛି ସହୃଦୟ ଯୁବକଙ୍କ ପାଇଁ ଏହା ଜୀବିତ ରହିଛି। ଏଭଳି ଏକ ହୃଦୟବିଦାରକ ତଥା ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଞ୍ଚଳରେ। ରାସ୍ତାକଡ଼ରେ ଅତି ଦୟନୀୟ ଅବସ୍ଥାରେ ପଡ଼ି ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଅସହାୟ ବୃଦ୍ଧଙ୍କ ପାଇଁ ଦେବଦୂତ ସାଜି ଆଗେଇ ଆସିଛନ୍ତି ସ୍ଥାନୀୟ କିଛି ଯୁବକ। ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ହେବ ରାୟଗଡ଼ ବ୍ଲକ ଅନ୍ତର୍ଗତ ରାସ୍ତାକଡ଼ରେ ଏକ ପରିତ୍ୟକ୍ତ ସ୍ଥାନରେ ଜଣେ ଅଜ୍ଞାତ ବୃଦ୍ଧ କ୍ଷୁଧା ଓ ଅସୁସ୍ଥତା ଜନିତ କାରଣରୁ ପଡ଼ି ରହିଥିଲେ। ବୟସର ଅପରାହ୍ନରେ ପରିବାର ଓ ସମାଜ ଦ୍ୱାରା ବେସାହାରା ହୋଇଥିବା ଏହି ବୃଦ୍ଧଜଣକ ଚାଲିବାକୁ ସମ୍ପୂର୍ଣ୍ଣ ଅକ୍ଷମ ଥିଲେ। ଦୀର୍ଘ ଦିନ ଧରି ଚିକିତ୍ସା ଅଭାବରୁ ତାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଏବଂ ସେଥିରୁ ପୋକ ସାଲୁବାଳୁ ହେଉଥିଲେ ।
Sign in
Sign in
Recover your password.
A password will be e-mailed to you.