ଗଜପତି,22/8(ମନୋଜ ପାଢ଼ୀ): ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ଗୋପିନାଥ ନନ୍ଦଶର୍ମାଂକ ୧୫୮ତମ ଜୟନ୍ତୀ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି।ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସମାବେଶରେ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସାହିତ୍ୟିକ ଡ.ତ୍ରିନାଥ ହୋତା ଏବଂ ସାହିତ୍ୟିକ ଡ.ଦେବାଶିଷ ମହାପାତ୍ର ଯଥାକ୍ରମେ ସଭାପତି, ମୁଖ୍ଯ ଅତିଥି ଏବଂ ମୁଖ୍ଯ ବକ୍ତା ଭାବେ ଯୋଗଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସହ ସମ୍ପାଦକ ସଂଜୟ କୁମାର ଚୁଆଲସିଂ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ଆଶାଲତା ପାଣିଗ୍ରାହୀ,ଆୟୋଜକ ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା ମଂଚାସୀନ ଥିଲେ।ଅତିଥି ମାନେ ନିଜ ବକ୍ତବ୍ଯରେ ପଣ୍ଡିତ ନନ୍ଦଶର୍ମାଂକ ଓଡିଆ ଭାଷାକୋଷ ଲିଖିତ ଶବ୍ଦକୋଷ କିପରି ବିଶେଷ ଭାବେ ଆଦ୍ରୁତ ହୋଇଥିଲା କହିଥିଲେ।ତାଂକର ୩୫୦୦୦ରୁ ଉର୍ଦ୍ଧ୍ବ ଶବ୍ଦର ସଂକଳନ କରି ସେ ଓଡିଆ ଭାଷାର କାଳଜୟୀ ଲେଖକ ହିସାବରେ ପ୍ରତିଷ୍ଠା ଲାଭ କରିଥିଲା।
ତାଂକର ଲେଖନୀକୁ ପଣ୍ଡିତ ନୀଳକଣ୍ଠ ଦାଶ ଓ ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଶଂସିତ କରିଛନ୍ତି।ତାଂକର ଲେଖାର ପ୍ରଭାବ ବିଶିଷ୍ଟ ସାହିତ୍ୟିକ ଶ୍ୟାମସୁନ୍ଦର ରାଜଗୁରୁ ଓ ପଦ୍ମଶ୍ରୀ ଡ.ସତ୍ଯନାରାୟଣ ରାଜଗୁରୁଙ୍କୁ ମଧ୍ଯ ପ୍ରଭାବିତ କରିଥିଲା।ଏହାଛଡା ସଂସ୍କ୍ରୁତ ଓ ଶାରଳା ମହାଭାରତର ତର୍ଜମା ଶ୍ରୀଭାରତ ଦର୍ପଣରେ ଅନୁଶୀଳନ କରିଥିଲେ।ଓଡିଆ, ବଂଗଳା, ତେଲୁଗୁ, ତାମିଲ, କନ୍ନଡ଼ ଓ ପାର୍ଲି ଭାଷାରେ ପାଣ୍ଡିତ୍ଯ ଅର୍ଜନ କରିଥିଲେ।ମାନ୍ଦ୍ରାଜ ଠାରେ ଅନୁଷ୍ଠିତ ପଣ୍ଡିତ ସମ୍ମିଳନୀରେ ପ୍ରିନ୍ସ ଅଫ୍ ଓ୍ୱେଲ୍ସଂକ ଠାରୁ ସ୍ୱର୍ଣ୍ଣ କଂକଣ ଲାଭକରି ସମ୍ମାନିତ ହୋଇଥିଲେ।ଜଣେ କବି, ନାଟ୍ୟକାର ହିସାବରେ ତାଂକର ସୁନାମ ଥିଲା ସେ ସମ୍ପର୍କରେ ଧାରଣା ଦେଇଥିଲେ।ଏହି ଅବସରରେ ରାଜେଶ୍ବରୀ ସ୍ୱାଇଁ ଅତିଥି ଆହ୍ୱାନ କରିଥିବା ବେଳେ ସ୍ନେହା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରମୋଦ ଚନ୍ଦ୍ର ପାଢୀ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ବିନୋଦ ଚନ୍ଦ୍ର ଜେନା ଧନ୍ଯବାଦ ଅର୍ପଣ କରିଥିଲେ।ଶତାଧିକ ସାହିତ୍ୟପ୍ରେମୀ ଏହି ସମାବେଶରେ ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.