ଗଜପତି,୨୨.୮(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାତମାଇଲ ଛକ ଗ୍ରାମ ଛକ ର ବିଭିନ୍ନ ସ୍ଥାନରେ କୁଢ କୁଢ ଅଳିଆ ଆବର୍ଜନା ପଡିରହିଥିବାର ଦେଖିବାକୁ ମିଳୁଛି । ଏହା ଏବେ ଅଳିଆ ଆବର୍ଜନା ର କେନ୍ଦ୍ରବିନ୍ଦୁ ପାଲଟିଛି । ସଫେଇ ପାଇଁ ସ୍ବଚ୍ଛ ଭାରତ ଯୋଜନା ଏଠାରେ ଫେଲ୍ ମାରିଥିବର ଆଲୋଚନା ହେଉଛି। ଏପରିକି ଜମିପାଇଁ ଥିବା ଜଳସେଚନ ନାଳ ଠାରୁ ଆରମ୍ଭ କରି ମୁଖ୍ୟରାସ୍ତା କଡ, ଖାଲି ସ୍ଥାନ ଆଦି ଠାରେ କୁଢ କୁଢ ଅଳିଆ ଆବର୍ଜନା ପଡିଛି । ଚିକେନ୍ ସେଣ୍ଟରର ବର୍ଜ୍ୟବସ୍ତୁ ହେଟେଲ୍ ମାନଙ୍କର ବର୍ଜ୍ୟ ବସ୍ତୁ, ମେଡିକାଲ ଷ୍ଟର ଖାଲି ସିରିଞ୍ଜୀ,କାଚ ବୋତଲ, ମଟର ସାଇକେଲ ସ୍କୁଟି ଗେରେଜ ଗାଡ଼ିରେ ବ୍ୟବହୃତ ହେଉଥିବା ଅଦରକାରୀ ସାମଗ୍ରୀ, ସେଲୁନ୍ ଦୋକାନ ର ଚୁଟି,ବ୍ଳେଡ୍ ,ସହ ମଦବୋତଲ,ଚା କପ୍,ଜୁସ୍ କପ୍,ଚାଟ୍ ପ୍ଲେଟ୍ ,ବ୍ୟବସାୟୀକ ପ୍ରତିଷ୍ଠାନର ଖାଲି ଖୋଳ ବା ଡବା, ବିଭିନ୍ନ ପ୍ୟାକିଂ ଜରି ଆଦି ପଡିଥିବାର ଦେଖିବାକୁ ମିଳୁଛି । ମୁଖ୍ୟ ତହ ଘରେ ବ୍ୟବହାର କରାଯାଇଥିବା ପାଇଖାନା ପାଇପ୍ କୁ ମଧ୍ୟ ଏହି ନାଳରେ ସଞ୍ଜୋଗ କରିଦେଇଛନ୍ତି ।ଏପରି ବର୍ଜ୍ୟବସ୍ତୁ ଗୁଡିକ ଯୋଗୁଁ ପରିବେଶ ପୁତିମୟ ଗନ୍ଧ ସୃଷ୍ଟି ହେଉଥିବା ବେଳେ ଅସ୍ବାସ୍ଥ୍ୟକର ଜୀବନଯାପନ ବିତାଉଛନ୍ତି ଗ୍ରାମବାସୀ । ଗ୍ରାମବାରସୀଙ୍କ କହିବା ମୁତାବକ ସଚେତନତା ହେଉଛି ହେଲେ କିଛି ଲୋକେ ଏହାକୁ ନ ମାନି ଜମିକୁ ଜଳସେଚନ ପାଇଁ ଥିବା ନାଳ ଠାରୁ ଆରମ୍ଭ କରି ମୁଖ୍ୟରାସ୍ତା କଡରେ ଅଳିଆ ଆବର୍ଜନା ପକାଇଦେଉଛନ୍ତି । ଏପରିକି କିଛି ଖଳ ପ୍ରକୃତିର ଲୋକ ଚାଷ ଜମି ଗୁଡିକରେ ଅଳିଆ ଆବର୍ଜନା ପକାଇଦେଉଥିବା ଯୋଗୁଁ ଚାଷ କାର୍ଯ୍ୟରେ ମଧ୍ୟ ବାଧା ଉପୁଜୁଥିବାର ଜଣାଇଛନ୍ତି । ଏନେଇ ସ୍ଥାନୀୟ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେବା ସହ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଦାବି ହୋଇଛି ।
Sign in
Sign in
Recover your password.
A password will be e-mailed to you.