ଗଜପତି,୨୧.୮(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଠାକୁର ସ୍ମରଣୀୟ ଉଚ୍ଚବିଦ୍ୟାଳୟ ର ଖେଳ ପଡିଆ ଠାରେ ଜୋନାଲ ସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ Beo – T.କିସର୍ କୁମାର ,Abeo- N.ବିମଳ, ଉପଲଡା ପଞ୍ଚାୟତ ର ସମିତି ସଭ୍ୟ B.ଧନୁଞ୍ଜୟଲୁ , ସମ୍ମାନିତ ଅତିଥି ଭାବେ ଭୁସୁକୁଡି ପ୍ରଧାନ ଶିକ୍ଷକ ଜି ଗୋବିନ୍ଦ ରାଜ , ଅବସର ପ୍ରାପ୍ତ ଶିକ୍ଷକ ମିନକିତନ , ପ୍ରଧାନ ଶିକ୍ଷକ Y.ଧାର୍ମା ରାଓ l ଗୋଷାଣୀ ବ୍ଳକ ଅନ୍ତର୍ଗତ ୬ ଟି ପଞ୍ଚାୟତ ର ୧୫ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ର ଉଭୟ ବାଳକ ଓ ବାଳିକାମାନେ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଖେଳାଳି ଏବଂ ପ୍ରାୟ ୫୦ ଶିକ୍ଷକ, ଶିକ୍ଷୟତ୍ରୀ ଏଥିରେ ଭାଗ ନେଇଥିଲେ। କବାଡ଼ି ଏବଂ ଭଲିବୋଲ, ହାଇ ଜମ୍ପ,ଲଙ୍ଗ୍ ଜମ୍ପ,ଖୋଖୋ ଓ ଏଥେଲେଟିକ୍ସ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଥିବା ଖେଳାଳି ମାନେ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆଗାମୀ ଦିନରେ ଶ୍ରୀ ଭେଙ୍କେଟେଶ୍ୱର ଉଚ୍ଚ ବିଦ୍ୟାଳୟ ଗାରାବନ୍ଧ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତା ନିମନ୍ତେ ମନୋନୀତ ହୋଇଛନ୍ତି । ଏହି ବିଦ୍ୟାଳୟର କ୍ରିଡ଼ା ଶିକ୍ଷୟତ୍ରୀ ରେଖାରାନି ଦେଓ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରିଡ଼ା ଶିକ୍ଷକ k.ଧାନାରାଜ୍, ନାଗେଶ୍ଵର ଜାନି ,ପ୍ରତିକ୍ କିରନ୍ ପ୍ରହାଦ ସିଙ୍ଗ୍, ଜିତେନ୍ଦ୍ର ପଣ୍ଡା , ତପସ୍ୱିନୀ ପଣ୍ଡା ଓ ଅନ୍ୟାନ୍ୟ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ପୂର୍ବକ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଠାକୁର ସ୍ମରଣୀୟ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ Y. ଧର୍ମାରାଓ ସୁଚାରୁ ରୂପେ ପରିଚାଳନା କରିଥିଲେ ।