ଲୋକନାଟ୍ୟ “ଭୂତକେଳି” ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ।

0

ଗଜପତି,୨୧.୮(ମନୋଜ ପାଢ଼ୀ) :-ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ବର, ଜିଲ୍ଲା ପ୍ରଶାସନ, ଗଞ୍ଜାମ ,ସଂସ୍କାର ଭାରତୀ, ଓଡ଼ିଶା ପ୍ରଦେଶ ଓ ଓଡ଼ିଶା ନାଟକ ସମାରୋହ ସମିତି, ବ୍ରହ୍ମପୁରର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ “ଲୋକରଞ୍ଜନୀ” ଆୟୋଜିତ ହୋଇଯାଇଛି। ଏହି ଅବସରରେ ଗଜପତିର ଅତି ପୁରାତନ ଓ ଲୋକପ୍ରିୟ ଲୋକନାଟ୍ୟ ‘ ଭୂତକେଳୀ ’ ବ୍ରହ୍ମପୁରର ସଂସ୍କୃତି ଭବନରେ ପରିବେଷଣ କରାଯାଇଥିଲା। ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସନ୍ନିକଟ ଯାଜପୁର ଗ୍ରାମର ଲୋକ କଳାକାରମାନଙ୍କ ଦ୍ବାରା ପରିବେଷିତ ଏହି ଲୋକନାଟ୍ୟ ଦର୍ଶକମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ବ୍ରହ୍ମପୁର ଠାରେ ବସବାସ କରୁଥିବା ଗଜପତି ଜିଲ୍ଲାର ନାଗରିକ ମାନେ ଏହି ଲୋକକଳାକୁ ଉପଭୋଗ କରିବା ସହିତ କଳାକାରମାନଙ୍କର ଭୂୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଏହି ଲୋକ କଳାକୁ ବଞ୍ଚାଇ ରଖିବା ପାଇଁ ଆହ୍ୱାନ ଜଣାଇଛନ୍ତି।

Leave A Reply

Your email address will not be published.