ଏସ୍ ଆଇ ଆର୍ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ

0

ନୟାଗଡ଼ (୧୮/୮) :ଓଡ଼ଗାଁ ବ୍ଳକ ସମ୍ମିଳନୀ କକ୍ଷରେ ବିଡ଼ିଓ ସୁଶ୍ରୀ ପ୍ରିତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀର ୧୧୨ ଟି ବୁଥ୍ ସ୍ତରୀୟ ଅଧିକାରୀ,ବୁଥ୍ ସ୍ତରୀୟ ଏଜେଣ୍ଟ୍ ଓ ସୁପରଭାଇଜର ମାନଙ୍କୁ ନେଇ ଦୁଇଟି ଫେଜ୍ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ମଣ୍ଡଳ ଅଧିକାରୀ କବିତା ପ୍ରଧାନ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ,ବିଜ୍ଞାପିତ ଅଞ୍ଚଳ ପରିଷଦ ଓଡ଼ଗାଁର ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ବି ଏଲ୍ ଓ ଏବଂ ବି ଏଲ୍ ଏ ମାନଙ୍କ ପାଖରେ ଉପୁଜୁଥିବା ସମସ୍ୟା ଓ ସମାଧାନ ବିଷୟରେ ବୁଝାଇଥିଲେ।

ପ୍ରକୃତରେ ଯୋଗ୍ୟ ବ୍ୟକ୍ତି ଙ୍କ ନାମ ଯେପରି ଭୋଟର ତାଲିକାରୁ ବାଦ୍ ନପଡେ ଏବଂ ନୂତନ ଭୋଟର କିପରି ଭୋଟର ତାଲିକାରେ ଯୋଗହେବେ ସେଥିପାଇଁ ୬ ନଂ ଫର୍ମ ଦ୍ୱାରା ଆବେଦନ କରିପାରିବେ।ମୃତ ଭୋଟରଙ୍କ ନାମ ୭ନଂ ଫର୍ମ ପୂରଣ କରି ବାଦ୍ ଦେବେ। ୮ ନଂ ଫର୍ମ ରେ ଉପଯୁକ୍ତ ପ୍ରମାଣପତ୍ର ଦାଖଲକରି ସଂଶୋଧନ ପାଇଁ ଆବେଦନ କରିପାରିବେ।ବି ଏଲ୍ ଓ ଏବଂ ବିଏଲ୍ ଏ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କଲେ ଆମେ ଏକ ସଠିକ ଓ ନିରପେକ୍ଷ ଭୋଟର ତାଲିକା କରିପାରିବା ବୋଲି ଅତିଥି ମାନେ ବୁଝାଇଥିଲେ।ସୁପରଭାଇଜର ଶୁଶେନ୍ଦୁ ଷଡ଼ଙ୍ଗୀ, ରଞ୍ଜନ କୁମାର ଦାଶ,ନରେଶ ପାଣିଗ୍ରାହୀ,ଚିତରଞ୍ଜନ ମିଶ୍ର ଓ ଦେବାଶିଷ ଦାଶ ବିଭିନ୍ନ ଫର୍ମ ପୂରଣ ଉପରେ ବୁଝାଇଥିଲେ।ଉପରୋକ୍ତ ସମସ୍ତ କାର୍ଯ୍ୟ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ଜେନା ପରିଚାଳନା କରିଥିଲେ।ରିପୋର୍ଟ-ସନାତନ ମହାକୁଡ଼।

Leave A Reply

Your email address will not be published.