*ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୦୦ତମ ଜୟନ୍ତୀ ପାଳିତ ।

0

ଗଜପତି,୧୭.୮(ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଡମ୍ବାଳ ଗ୍ରାମପଞ୍ଚାୟତର ସିଣ୍ଡବା ଛକସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୦୦ତମ ଜୟନ୍ତୀ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି।ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ନେତୃତ୍ୱରେ ଆୟୋଜିତ ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ସ୍ୱାମୀଜୀଙ୍କ ଜୀବନ, ଆଦର୍ଶ, ତ୍ୟାଗ ଓ ସମାଜସେବାମୂଳକ କାର୍ଯ୍ୟ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା। ତାଙ୍କ ଆଦର୍ଶକୁ ଅନୁସରଣ କରି ସମାଜରେ ଶିକ୍ଷା, ସଂସ୍କାର ଓ ସେବାର ଭାବନାକୁ ଆହୁରି ଦୃଢ଼ କରିବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ କର୍ମୀ ଓ ଶ୍ରଦ୍ଧାଳୁ ଯୋଗଦେଇ ସ୍ୱାମୀଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶେଷରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ଜନମାନସରେ ପହଞ୍ଚାଇବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।

Leave A Reply

Your email address will not be published.