କନ୍ଧମାଳ : ଶ୍ରାବଣ ସୋମବାରରେ କାଉଡିଆଙ୍କ ମୃତ୍ୟୁ। ମହାଦେବଙ୍କ ପାଖରେ ଜଳଲାଗି ପରେ ଘରକୁ ଫେରିବା ସମୟରେ ଚାଲିଗଲା ଜୀବନ। କନ୍ଧମାଳ ଜିଲ୍ଲା ରାଇକିଆର ଲିଚୁ ବିନ୍ଧାଣି ଗଞ୍ଜାମ ଜିଲ୍ଲା ଆସିକା ନିକଟ ଋଷିକୂଲ୍ୟା ନଦୀକୁ ଜଳ ସଂଗ୍ରହ ପାଇଁ ଆସିଥିଲେ। ସଙ୍ଗମ ସ୍ଥଳରୁ ଜଳ ନେଇ କବିସୂର୍ଯ୍ୟନଗର ବ୍ଲକ ଯମୁନାଗିରି ପାହାଡ଼ରେ ବିଜେ ବାବା ସିଦ୍ଧେଶ୍ୱରଙ୍କ ନିକଟରେ ଜଳଲାଗି କରିଥିଲେ l
ବାବାଙ୍କ ଜଳାଲାଗି ପରେ ୧୨ଶହ ପାହାଚ ଓହ୍ଲାଇବା ବେଳେ ଅଧାରାସ୍ତାରେ ସେ ଗୁରୁତର ହୋଇପଡିଥିଲେ l ପାଖରେ ଥିବା କାଉଡିଆମାନେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ଲାଗି କବିସୂର୍ଯ୍ୟନଗର ପରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିବା ସୂଚନା ମିଳିଛି l…
ଶ୍ରାବଣ ସୋମବାରରେ ମହାଦେବଙ୍କ ମସ୍ତକରେ ପାଣି ଢାଳିବା ପରମ୍ପରା କାହିଁ କେଉଁ କାଳରୁ ରହିଛି। ହେଲେ ସେଇ ପରମ୍ପରାରେ କାଉଡିଆଙ୍କ ଆରାଧନା ବର୍ତ୍ତମାନ ସମୟରେ ଦେଶର କୋଣ ଅନୁକୋଣରେ ଦେଖିବାକୁ ମିଳେ। ନିଷ୍ଠାରେ ପାଣି ଆଣି ଦେବ ଦେବ ମହାଦେବଙ୍କ ପାଖରେ ଜଳଲାଗି କରନ୍ତି କାଉଡିଆ ।