ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

0

କୋଲକାତା: ଶନିବାର ସନ୍ଧ୍ୟାରେ କୋଲକାତାର ଏକ ସାର୍ବଜନୀନ ଦୁର୍ଗାପୂଜା ପେଣ୍ଡାଲରେ ଦଳଚକଟା ଭଳି ଅତ୍ୟନ୍ତ ଦୁର୍ଭଗ୍ୟଜନକ ଘଟଣା ଘଟିଥିବା ସମ୍ପର୍କରେ ସୂଚନା ମିଳିଛି। ଦଳାଚକଟାରେ ପ୍ରାୟ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ତେବେ କୋଲକାତା ପୁଲିସ୍ କିମ୍ବା ପ୍ରଶାସନ ପକ୍ଷରୁ ମୃତାହତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ସହରର ଉତ୍ତର ଭାଗରେ ଥିବା ଗିରିଶ ପାର୍କ ଥାନା ଅନ୍ତର୍ଗତ ଶାରଦା ପାର୍କ (ଚୋର ବାଗାନ) ପୂଜା ପେଣ୍ଡାଲର ପ୍ରସ୍ଥାନ ଫାଟକ ନିକଟରେ ବର୍ଷା ସମୟରେ ପ୍ରବଳ ଭିଡ଼ ଯୋଗୁଁ ସନ୍ଧ୍ୟା ପ୍ରାୟ ୭ଟାରେ ଏହି ଅଘଟଣ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ବର୍ଷା ଆରମ୍ଭ ହେବା ମାତ୍ରେ ପେଣ୍ଡାଲ ବାହାରେ ଅପେକ୍ଷା କରିଥିବା ଦର୍ଶକମାନେ ଆଗକୁ ମାଡ଼ି ଆସିଥିଲେ, ଯାହା ଫଳରେ କିଛି ଲୋକ ରାସ୍ତା ଉପରେ ପଡ଼ିଯାଇଥିଲେ ଏବଂ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ଏମ୍‌ସିଏଚ୍ (ମେଡିକାଲ କଲେଜ ହସ୍ପିଟାଲ) ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଶରଦ୍ୱତ ମୁଖାର୍ଜୀ ଡାକ୍ତରଖାନାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.