କଟକ: ଓଡିଶାର ପ୍ରତିଷ୍ଠିତ ଦୈନିକ ଖବରକାଗଜ ସମାଜର ସଂପାଦକ ହେଲେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବାମାପଦ ତ୍ରିପାଠୀ। ଗତକାଲି ରବିବାର ଦିନ ସେ ସଂପାଦକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଦାୟିତ୍ବରେ ଅନ୍ୟତମ ସାମ୍ବାଦିକ ଶ୍ରୀଯୁକ୍ତ ତପନ ମିଶ୍ର କାର୍ଯ୍ୟ କରୁଥିଲେ। ଗୋପବନ୍ଧୁ ଭବନରେ ଆୟୋଜିତ ଏକ ଉତ୍ସବରେ ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ଫୁଲତୋଡା ଦେଇ ସ୍ବାଗତ କରାଯାଇଥିଲା। ଏଥିରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ସମାଜ ପରିଚାଳନା ବୋର୍ଡ ଅଧ୍ୟକ୍ଷ ରାଜକୁମାର ତାଙ୍କୁ ସ୍ବାଗତ କରିଥିଲେ।
ସେହିପରି ସମାଜର ମୁଖ୍ୟ ପରିଚାଳକ ଭାବେ ଶ୍ରୀଯୁକ୍ତ ଗୋପୀନାଥ ବାରିକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ଏହି ସଂସ୍ଥାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରି ଆସୁଛନ୍ତି। ଅନ୍ୟପକ୍ଷରେ ସମାଜର ଅନ୍ୟତମ ଅଧିକାରୀ ଶ୍ରୀଯୁକ୍ତ ଅନୁପମ ପ୍ରହରାଜଙ୍କୁ ବାର୍ତ୍ତା ସଂପାଦକ ଭାବେ ନିଯୁକ୍ତି ମିଳିଛି। ଏହି ନୂଆ ନିଯକ୍ତିକୁ ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ରାମନାଥ ଝା ସ୍ବାଗତ କରିବା ସହିତ ଏହାଦ୍ବାରା ସମାଜ ଆହୁରି ଆଗକୁ ଯିବ ବୋଲି କହିଛନ୍ତି।
Comments are closed.