କଂଗ୍ରେସ ପକ୍ଷରୁ ମୁନିସିପାଲିଟି‌ ବନ୍ୟାଞ୍ଚଳରେ ରିଲିଫ ବଣ୍ଟନ

0

ପଟ୍ଟାମୁଣ୍ଡାଇ ୧୬/୮:ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ମୁନିସିପାଲିଟି ଅନ୍ତର୍ଗତ ବନ୍ୟାଞ୍ଚଳ ତନୁପୁର ଓ ନନ୍ଦିନୀ ନଗର ଅସହାୟ ପରିବାରଙ୍କୁ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ପ୍ରଭାବିତ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ସହିତ ପାଲ ବଣ୍ଟନ କରାଯାଇଥିଲା।
ଜିଲ୍ଲା କଂଗ୍ରେସ କମିଟିର ସାଙ୍ଗଠନିକ ଉପସଭାପତି କେନ୍ଦ୍ରାପଡ଼ା ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ନଗର କଂଗ୍ରେସ ସଭାପତି ତପନ ପାତ୍ରଙ୍କ ସମେତ ପ୍ରଶାନ୍ତ ରାଉତ, ପ୍ରଭାକର ସାହୁ, କିଶୋର ସାହୁ ଓ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ବନ୍ୟା ପ୍ରଭାବିତ ଲୋକମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ।
ବିପଦ ଓ ଦୁର୍ବିପାକ ସମୟରେ ଅସହାୟ ଲୋକଙ୍କ ପାଖରେ ଠିଆ ହୋଇ ସେମାନଙ୍କୁ ସହଯୋଗ କରିବା କଂଗ୍ରେସର ମାନବିକ ଦାୟିତ୍ୱ ବୋଲି ନଗର କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.