ପଟ୍ଟାମୁଣ୍ଡାଇରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
ପଟ୍ଟାମୁଣ୍ଡାଇ ତା୧୬.୮: ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସମୃଦ୍ଧଶାଳୀ ନୂଆ ପଟ୍ଟାମୁଣ୍ଡାଇ ଗଢିବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ଜାତୀୟଦିବସ ପାଳନ କମିଟି ପକ୍ଷରୁ ସ୍ଥାନୀୟ ପ୍ୟାରେଡ଼ ପଡିଆରେ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ଅବସରରେ ପ୍ରକାଶ କରିଛନ୍ତି I ଜାତୀୟ ଦିବସ ପାଳନ କମିଟି ସହକାରୀ ଅଧକ୍ଷା ସ୍ଥାନୀୟ ଅତିରିକ୍ତ ତହସିଲଦାର ସାଗରୀକା ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ସାହୁ ସ୍ୱାଧୀନତା ଦିବସର ମହତ୍ୱ ପଟ୍ଟାମୁଣ୍ଡାଇ ଅଂଚଳର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେI ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କ ସହିତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର , ଏନସି ସି ପ୍ରମୁଖ ବିଧାୟକଙ୍କୁ ମିଳିତ ପ୍ୟାରେଡକୁ ପାଛୋଟି ନେଇଥିଲେ I ଏହି ମନୋଜ୍ଞ ଉତ୍ସବ ରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ କାଉନସିଲର ଗୋପୀବଲ୍ଲଭ ନାୟକ ଗୋପୀନାଥ ତ୍ରିପାଠୀ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ନୃସିଂହ ପ୍ରସାଦ ଚୌଧୁରୀ ବୀର କିଶୋର ଦାସ ପ୍ରଦୀପ ପ୍ରଧାନ ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଶିକ୍ଷାବିତ ସୁରେଶ ଜେନା ଅଗ୍ନିଶମ ଅଧିକାରୀ ସୁବାଷ ନନ୍ଦ କ୍ୟାପଟେନ ମନୋଜ ପରିଡା ପ୍ରମୁଖ ଜାତୀୟ ଦିବସ ପାଳନ କମିଟି କର୍ମକର୍ତ୍ତା ପ୍ରଶାସନିକ ଅଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ I ଏଇ ଅବସରରେ ବିଭିନ୍ନ ପ୍ରତିଯୋଗିତା କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ବିଧାୟକ ମାନପତ୍ର ଓ କପ ପ୍ରଦାନ କରିଥିଲେ I ସେହିପରି ପଟ୍ଟାମୁଣ୍ଡାଇ କୋର୍ଟରେ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି ବ୍ଲକରେ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପୌର ପରିଷଦରେ ଅଧକ୍ଷ ହେମନ୍ତ ସାହୁ, ଏସ ଡି ପି ଓ ଅଫିସରେ ଏସ ଡି ପି ଓ ସୁକାନ୍ତ ପାତ୍ର,ଆଦର୍ଶ ଥାନାରେ ଆଇ ଆଇ ସି ବନ୍ଦନା ପାତ୍ର ଗ୍ରାମାଞ୍ଚଳ ଥାନାରେ ଆଇ ଆଇ ସି ଶ୍ରୀକାନ୍ତ ବାରିକ ପଟ୍ଟାମୁଣ୍ଡାଇ ସବ ରେଜିଷ୍ଟ୍ରସନ ଅଫିସରେ ସବରେଜିଷ୍ଟର ଅଶୋକ ମହାନ୍ତି ସବଡିଭିଜନ ହସ୍ପିଟାଲରେ ଡା ନିରାକାର ପରିଡା, ପୂର୍ତ୍ତ ବିଭାଗ ରେ ସହନିର୍ବାହୀଯନ୍ତ୍ରୀ ସତ୍ୟ ବ୍ରତ ପଣ୍ଡା ଜଳସମ୍ପଦ ସବଡିଭିଜନ ଅଫିସରେ ସହନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ସେଠୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସବଡିଭିଜନ ଅଫିସରେ ସହକାରୀ ଯନ୍ତ୍ରୀ ଶିବାନୀ ଶଙ୍କର ଦାଶ ଗ୍ରାମ୍ୟ ଉନ୍ନୟନ ବିଭାଗ ରେ ସହକାରୀ ଯନ୍ତ୍ରୀ ରଶ୍ମି ରଞ୍ଜନ ରାଉତ ପଟ୍ଟାମୁଣ୍ଡାଇ କଲେଜରେ ଅଧକ୍ଷ ପ୍ରଫେସର ଗୌର ପ୍ରସାଦ ଷଢଙ୍ଗୀ,ବିଜେଡି ଅଫିସରେ ବିଧାୟକ ଧ୍ରୁବ ସାହୁ,ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟରେ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡା ରାଉଳ,ଧୋୟାଞ୍ଚଳରେ ଅବସର କର୍ମଚାରୀ ସେବାପରିଷଦ ସମ୍ପାଦକ ରାଜକୁମାର ବିଶ୍ୱାଳ ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ଠାରେ ସ୍ୱାମୀ ଅସୀମାନନ୍ଦ ଦାସ, ଭେଙ୍କଟେଶ୍ୱର ଇଂରାଜୀ ମିଡିୟମ ସ୍କୁଲରେ ଆଡ଼ଭୋକେଟ ସଞ୍ଜୟ ସାହୁ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନଆଚାର୍ଯ୍ୟ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ I ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍କୁଲ କଲେଜ, ଅଫିସ ଦପ୍ତର ଓ ବ୍ୟବସାୟ ପ୍ରତିଷ୍ଠାନ ଓ ସଂଗଠନ ପକ୍ଷରୁ ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି I