ସ୍ୱାଧୀନତା ଦିବସ ଉପଲକ୍ଷେ ଜମ୍ବେଶ୍ୱରପୁର ଯୁବ ସଂଗଠନର ବୃକ୍ଷରୋପଣ ଓ ପତାକା ଉତ୍ତୋଳନ 

0
ବାଲେଶ୍ୱର, ୧୬/୦୮(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ପଞ୍ଚାୟତର ଜମ୍ବେଶ୍ୱରପୁର ଗ୍ରାମର ଯୁବ ସଂଗଠନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଦେଶପ୍ରେମ ଓ ସାମାଜିକ ଦାୟିତ୍ୱର ଭାବନା ସହିତ ପାଳିତ ହୋଇଯାଇଛି। ସ୍ୱାଧୀନତାର ଅମର ସ୍ମୃତିକୁ ସ୍ମରଣ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ସଂଗଠନ ପକ୍ଷରୁ ଗାଁ ପଡ଼ିଆରେ ଫଳଗଛ ରୋପଣ କରାଯାଇଥିଲା।
ସ୍ଥାନୀୟ ବାସନ୍ତପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ପ୍ରଭାତ ଫେରିକୁ ଯୁବ ସଂଗଠନର ସଦସ୍ୟମାନେ ସ୍ୱାଗତ କରିଥିଲେ। ଏହି ଅବସରରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦିବସର ସ୍ମୃତି ଉଜ୍ଜୀବିତ ରଖିବା ପାଇଁ ଉପହାର ପ୍ରଦାନ କରାଯାଇଥିଲା।
ଶିକ୍ଷାବିତ ବୃନ୍ଦାବନ ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ପରେ ସଂଗଠନର ସଦସ୍ୟସଦସ୍ୟାମାନେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅମର ବଳିଦାନକୁ ସ୍ମରଣ କରିବା ସହ ଜାତୀୟ ସଙ୍ଗୀତ ଗାନ କରିଥିଲେ।
ମାନବାଧିକାର କର୍ମୀ ସୁଧାକର ସେଠୀଙ୍କ ନେତୃତ୍ୱରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ୱାଧୀନତା ଦିବସର ସ୍ମୃତିକୁ ଚିରସ୍ଥାୟୀ କରିବା ସହ ଗ୍ରାମର ସବୁଜିମା ବୃଦ୍ଧି ପାଇଁ ଫଳଗଛ ରୋପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ସମେତ ଅଜିତ କୁମାର ଦାସ, ସୁଜିତ କୁମାର ବାରିକ, ସରୋଜ ଦାସ, ସଂଜୀପ ନାୟକ, ଦେବାଶିଷ ରାୟ, ହଗୁରୁ ସିଂ, ରାହୁଲ ଦାସ, ରାଜେଶ ଦାଶ, ଲାୟୁସୁ ପ୍ରଧାନ, ଅଜିତ କୁମାର ବାରିକ, ସାଗର ନାୟକ, ବିଭୂଷରଣ ମହାନ୍ତି, କାଳୁଚରଣ ଦାସ, ଶମ୍ଭୁନାଥ ଦାସ, କମଲେଶ କୁମାର ଦାଶ ଓ ତ୍ରିଲୋଚନ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Leave A Reply

Your email address will not be published.