ଧାମନଗର:ଧାମନଗର ବ୍ଲକ୍ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗୋବିନ୍ଦ ଯେନାଙ୍କ ପୁଅ ଗଣେଶ ଯେନା (୪୫) ଶୁକ୍ରବାର ବନ୍ୟା ସ୍ରୋତରେ ଭାସିଯାଇ ନିଖୋଜ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗଣେଶ ଚାଷ କାର୍ଯ୍ୟ ପାଇଁ ବିଲକୁ ଯାଇଥିଲେ। ଘରକୁ ଫେରିବା ସମୟରେ ପାହଡ଼ପୁରସ୍ଥିତ ଗେଙ୍ଗୁଟି ନଦୀ ପାର ହେଉଥିବା ବେଳେ ପ୍ରବଳ ସ୍ରୋତରେ ଭାସିଯାଇଥିଲେ। ତାଙ୍କ ସହିତ ଥିବା ଅନ୍ୟ ଜଣେ ବ୍ୟକ୍ତି ପହଁରି ନଦୀ ପାର ହୋଇ ଆସିଥିବା ବେଳେ ଗଣେଶ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏ ନେଇ ବ୍ଲକ୍ ପ୍ରଶାସନକୁ ଜଣାଇବା ପରେ ଓଡ଼୍ରାଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ନଦୀରେ ପ୍ରାୟ ୩/୪ ଘଣ୍ଟା ଧରି ଖୋଜାଖୋଜି କରାଯାଇଥିଲେ ହେଁ ତାଙ୍କର କୌଣସି ସନ୍ଧାନ ଏ ପର୍ଯ୍ୟନ୍ତ ମିଳିପାରିନାହିଁ।
Sign in
Sign in
Recover your password.
A password will be e-mailed to you.