ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଆୟୋଜିତ ହେଲା ଆନ୍ତର୍ଜାତିକ ଯୁବ ଦିବସ 

•ଯୁବଶକ୍ତି ହିଁ ଆମ ଦେଶର ଅମୂଲ୍ୟ ସମ୍ପତ୍ତି, କହିଲେ ଅତିଥି 

0
ବାଲେଶ୍ଵର,୧୩/୮(କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ସ୍ଥାନୀୟ ସ୍ରଷ୍ଟା ନାଟ୍ୟାଳୟ ସଭାଗୃହରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ ହୋଇଯାଇଛି।
ଏଥିରେ ପୌରୋହିତ୍ୟ କରି ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଯୁବସମାଜ ଉଦ୍ଦେଶ୍ୟରେ କହିଲେ ଯେ କଠିନ ପରିଶ୍ରମ, ଆନ୍ତରିକତା ଓ ଦେଶ ପ୍ରତି ସମର୍ପଣ ଭାବ ହିଁ ଏକ ସମୃଦ୍ଧ ଦେଶ ଗଠନରେ ଯୁବସମାଜ ପାଇଁ ସହାୟକ ହୋଇପାରିବ। ଯୁବଶକ୍ତି ହିଁ ଆମ ଦେଶର ଅମୂଲ୍ୟ ସମ୍ପତ୍ତି, ସେମାନଙ୍କ ପ୍ରତି ଯତ୍ନବାନ ହେବା ଆମ ସମସ୍ତଙ୍କର କର୍ତ୍ତବ୍ୟ।
ଅତିଥ‌ି ବକ୍ତା ଭାବେ ଯୋଗ ଦେଇ ଅଧ୍ୟାପିକା ଡକ୍ଟର ପ୍ରତୀଚୀ ନନ୍ଦ କହିଲେ ଯେ, ଯୁବସମାଜ ପାଇଁ ସାହିତ୍ୟକୁ ପେସା କରିବା ଅସମ୍ଭବ ହୋଇଥିଲେ ମଧ୍ୟ ଉପଯୁକ୍ତ ପ୍ରୋତ୍ସାହନ ମିଳିଲେ ସେମାନଙ୍କ ଦ୍ୱାରା ବିଶ୍ବସ୍ତରୀୟ ସାହିତ୍ୟ ସୃଷ୍ଟିର ସମ୍ଭାବନା ଅଛି। ଅନ୍ୟତମ ବକ୍ତା ଅରୁଦୀପ୍ତା ସ୍ଵାଇଁ କହିଲେ ଯେ ଆମେ ପରମ୍ପରା ହଜେଇ ଦେଲେ ଆମ ପରିଚୟ ହଜିଯିବ। ‘ଗଣମାଧ୍ଯମ କ୍ଷେତ୍ରରେ ଯୁବପିଢ଼ିଙ୍କ ଭବିଷ୍ୟତ ସଂପର୍କରେ ଆଲୋଚନା କରିବାକୁ ଯାଇ ‘ସକାଳ’ର ବାଲେଶ୍ଵର ପ୍ରତିନିଧି ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି କହିଲେ ଯେ ସତ୍ୟ, ନିରପେକ୍ଷତା ଓ ଲୋକଙ୍କ ବିଶ୍ଵାସ ଉପରେ ଆଧାରିତ ଖବର ପରିବେଷଣ ହିଁ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବ। ସେହିପରି ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ସଂପର୍କରେ ଆଲୋଚନା କରି ଦେବାଂଶି ବୋଷ କହିଲେ ଯେ ଆମେ ନିଜ କର୍ମକୁ ଭଲପାଇଲେ ତାହା ଆମକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ସହିତ ଦେଶଗଠନରେ ସହାୟକ ହେବ।
ସଂଗଠନ ସଂପାଦକ ତପନ ରାୟ ପ୍ରାକ୍‌ସୂଚନା ପ୍ରଦାନ କରିଥିଲେ। ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିଲେ। ସଭା ପ୍ରାରମ୍ଭରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚିତ ଓ କଲ୍ୟାଣୀ ନନ୍ଦଙ୍କ ସ୍ୱର ସଂଯୋଜନାରେ ପ୍ରାରମ୍ଭିକ ସଙ୍ଗୀତକୁ ସମବେତ କଣ୍ଠରେ ଗାନ କରିଥିଲେ ବାସନ୍ତୀ ଦେ, ଅର୍ଚ୍ଚନା କର, ତୃପ୍ତିରାଣୀ ପାତ୍ର, କମଳିନୀ ଦାସ, କୃଷ୍ଣା ପ୍ରଧାନ, ସଙ୍ଗୀତା ବାରିକ, ପୁଷ୍ପଲତା ଚକ୍ରବର୍ତ୍ତୀ, ଶାନ୍ତିଲତା ପଣ୍ଡା, କବିତା ଜେନା ଓ ଅବନ୍ତୀ ଜେନା। ଶେଷରେ ଅନ୍ୟତମ ଯୁଗ୍ମ ସଂପାଦକ ଶାନ୍ତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Leave A Reply

Your email address will not be published.