ସମ୍ବଲପୁର,୦୮/୦୮:ବିରୋଧୀ ଦଳ ଉପ ନେତା ତଥା ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ୭୭ତମ ଜନ୍ମଦିନକୁ ନିଆରା ଓ ଅଭିନବ ଢ଼ଙ୍ଗରେ ପାଳନ କରିଛନ୍ତି ତାଙ୍କ ସମର୍ଥକ ଓ ଶୁଭେଚ୍ଛୁ I ସକାଳ ୮ ଟା ସମୟରେ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ଦୀପ ପ୍ରଜ୍ବଳନ କରାଯାଇଛି I ଏହା ପରେ ସକାଳ ୯ ଟା ସମୟରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଧନକଉଡାର ଜନ ଆରୋଗ୍ୟ ସମିତି ପକ୍ଷରୁ ଆଶୁ ଚିକିତ୍ସା ପାଈଁ ଆସିଥିବା ରୋଗୀ ମାନଙ୍କୁ ଫଳ, ପାଉଁରୁଟି, ବିସ୍କୁଟ ଏବଂ କ୍ଷୀର ବଣ୍ଟନ କରାଯାଇଥିଲା I ଦିବା ୧୨ ଟା ୩୦ ମି ସମୟରେ ଫୁଲ ଝରଣ ସ୍ଥିତ ଡ଼ଃ. ଆଇଜାକ ସାନ୍ତ୍ରା ବାଳ ନିକେତନରେ ଖାଦ୍ୟ ବଣ୍ଟନ କରାଯାଇଥିଲା I ଅପରାହ୍ନ ୩ ଟା ସମୟରେ ଯୁଯୋମୁରା ବ୍ଲକ ଡ଼ଙ୍ଗରପଡା ପଂଚାୟତରେ ବୃକ୍ଷ ରୋପଣ କରାଯାଇଥିଲା I ଏହା ସହିତ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ମାନେଶ୍ୱର, ଯୁଯୋମୁରା, ନାକଟିଦେଉଳ ଓ ରେଢାଖୋଲରେ କେକ୍ କାଟି ଶ୍ରୀ ଆଚାର୍ଯ୍ୟଙ୍କ ଜନ୍ମଦିନକୁ ପାଳନ କରାଯାଇଛି I ପୂଜକ ଅମ୍ବିକା ରାୟ ମା’ ସମଲେଶ୍ୱରୀଙ୍କ ଠାରେ ପୂଜା ଅର୍ଚ୍ଚନା କରିଥିବା ବେଳେ ଦୀପ ପ୍ରଜ୍ବଳନ ସମୟରେ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ହୀରାଲାଲ ବେହେରା, ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମହାପାତ୍ର, ପୂର୍ବତନ ବିଜେଡି ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ସେନାପତି, ପୂର୍ବତନ ଯୁବ ବିଜେଡି ଜ଼ିଲ୍ଲା ସଭାପତି ଖରାଂଶୁ ଶେଖର ଦେବ, ପୂର୍ବତନ ଜ଼ିଲ୍ଲା ସମ୍ପାଦକ ଶିଶିର ରଞ୍ଜନ ମହାନ୍ତି, ଯୁଯୋମୁରା ବ୍ଲକ ବିଜେଡି ସଭାପତି ବିନୋଦ ବଡ଼ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I


ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ଼ଃ ଦିଲୀପ କୁମାର ମୁଦୁଲି, ଡ଼ଃ ରାମ ଚନ୍ଦ୍ର ରାଉତ, ସୁପ୍ରିତ ପଟେଲଙ୍କ ସମେତ ଦେବାଶିଷ ବେହେରା, ଲକ୍ଷ୍ମୀ କାନ୍ତ ସାହୁ, ଜିତେନ୍ ରାଉତ, ପ୍ରବୀଣ ସୁପକାର, କୈଳାଶ ବିଶ୍ୱାଳ ପ୍ରମୁଖ ତାଙ୍କ ପ୍ରିୟ ନେତା ପ୍ରସନ୍ନଙ୍କ ଜନ୍ମଦିନ ଅବସରରେ ଏହି ସାମାଜିକ ସେବାରେ ସାମିଲ ହୋଇଥିଲେ I ଡ଼ଙ୍ଗରପଡା ପଂଚାୟତ ପଟୁଆବାହାଲ ଶିବ ମନ୍ଦିର ପରିସରରେ ଚାରା ରୋପଣ କରାଯାଇ ପ୍ରସନ୍ନ୍ନ ଆଚାର୍ଯ୍ୟଙ୍କ ଜନ୍ମ ଦିନକୁ ନିଆରା ଢ଼ଙ୍ଗରେ ପାଳନ କରାଯାଇଥିଲ I ଏହି ଚାରା ରୋପଣ କାର୍ଯ୍ଯକ୍ରମରେ ଜ଼ିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଇସ୍ ମାଇଲ ଆଜାଦ ବଢ଼େଇ, ଜ଼ିଲ୍ଲା ଉପ ସଭାପତି ତଥା ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର, ଡ଼ଙ୍ଗରପଡା ସରପଞ୍ଚ ଅୟସକାନ୍ତ ବଡପଣ୍ଡା , ରାଜକୁମାର ସାହୁ, କୈଳାଶ ବିଶ୍ୱାଳ, ଘନଶ୍ୟାମ ସାହୁ, ଖିରୋଦ ସାହୁ, ଦୟାସାଗର ପ୍ରଧାନ, ସୁବ୍ରତ ବିଶ୍ୱାଳ, ଅଲେଖ ଦେହୁରୀ, ପ୍ରଦୀପ ଡନସନା, ସରୋଜ ମାହାନା, ତୁଷାର ରଞ୍ଜନ ମିର୍ଦ୍ଧା, ବୀରେନ୍ଦ୍ର ପଶାୟତ, ଦୟାନିଧି ପ୍ରଧାନ, ଅର୍ଜୁନ ପ୍ରଧାନ, ମନୋଜ ସୁବୁଦ୍ଧି, ଉଦ୍ଧବ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ I ଫୁଲ ଝରଣ ସ୍ଥିତ ଡ଼ଃ. ଆଇଜାକ ସାନ୍ତ୍ରା ବାଳ ନିକେତନରେ ଖାଦ୍ୟ ଓ ମିଷ୍ଠାନ ବଣ୍ଟନ କାର୍ଯ୍ୟକ୍ରମ ରେ ବିଜେଡି ଯୁଯୋମୁରା ବ୍ଲକ ସଭାପତି ବିନୋଦ ବଡ଼ପଣ୍ଡା, ବିଜେଡି ଜ଼ିଲ୍ଲା ଉପ ସଭାପତି ଟେକମଣୀ ପ୍ରଧାନ, ଜ଼ିଲ୍ଲା ସମ୍ପାଦକ ଅଶ୍ବିନୀ ଦେହୁରୀ, ପୂର୍ବତନ ସରପଞ୍ଚ ବିପିନ ବେହେରା, ଯୁବ ନେତା ସୁଶୀଲ ବେହେରା, ବୈରାଗୀ ଦେହୁରୀ, ନନ୍ଦ ରଂଜିତ, ରାଧାକାନ୍ତ ସାହୁ, ଲଳିତ ରହନା, ଅବନୀ କୁମୁରା, ଜଗଦୀଶ ବେହେରା ପ୍ରମୁଖ ସାମିଲ ଥିଲେ I ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମହାପାତ୍ରଙ୍କ ତତ୍ୱାବଧାନରେ ଧମା ଝାଡ଼େଶ୍ୱରୀ ମନ୍ଦିରରେ କର୍ମୀ ମାନେ ପୂଜା ଅର୍ଚ୍ଚନା କରିବା ସହିତ ଡାକ୍ତରଖାନାରେ ରୋଗୀ ମାନଙ୍କୁ ମିଷ୍ଟାନ ବଣ୍ଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ ବିଜେଡି ଜ଼ିଲ୍ଲା ଉପ ସଭାପତି ଗୋବିନ୍ଦ ପଟ୍ଟନାୟକ, ଧମା ସରପଞ୍ଚ ଲଳିତା ପ୍ରଧାନ, ହୁମା ସରପଞ୍ଚ ଇଳାବତୀ ପୂଜାରୀ, ଦେବାଶିଷ ପଟ୍ଟନାୟକ, ତରଣୀସେନ ମିର୍ଦ୍ଧା, ଗଣେଶ ମହାପାତ୍ର, ମିଳନ ଭୋଇ, ପ୍ରଶାନ୍ତ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ I ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପ ସଭାପତି ଶ୍ରୀ ହୀରାଲାଲ ବେହେରା ସଂଯୋଜନା କରି ପଶ୍ଚିମ ଓଡିଶାର ପ୍ରିୟ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଜନ୍ମ ଦିନକୁ ସମାଜକୁ ଉତ୍ସର୍ଗିତ କରିବାକୁ ପ୍ରୟାସ କରିଥିଲେ