ଆର, ଉଦୟଗିରି 8/8(ମନୋଜ କୁମାର ପାଢୀ): ଗଜପତି ଜିଲ୍ଲାରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି. 75 % ଭିନ୍ନକ୍ଷମ ଥିବା ଅସହାୟ ବାପାଙ୍କ ସେବା ପାଇଁ ଦଶମ ଶ୍ରେଣୀ ପାଠ ଛାଡି ସାହା ହୋଇଛି ଏକମାତ୍ର ପୁଅ । ହେଲେ ଆଧାରକାର୍ଡ ହୋଇପାରିନଥିବା ଯୋଗୁଁ ଆବଶ୍ୟକୀୟ ସରକାରୀ ସୁବିଧା ସୁଯୋଗ ନପାଇ ଏମାନେ ବହୁ ଦୁଃଖ କଷ୍ଟ ପାଉଥିବା ଅଭିଯୋଗ ହୋଇଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକର ଛେଲାଗଡ଼ ଗ୍ରାମର ଖ୍ରୀଷ୍ଟିଆନ ସାହିରେ. ଏହି ସାହିରେ ବାସ କରୁଥିବା ଇଶାକ ଲିମ୍ମା. ସେ ଗତ 17 ବର୍ଷ ଧରି 75% ଭିନ୍ନକ୍ଷମ ହୋଇ ଅତ୍ୟନ୍ତ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ତାଙ୍କର ଏକମାତ୍ର ପୁଅ ଦଶମ ଶ୍ରେଣୀ ପାଠ ଛାଡି ବାପାଙ୍କ ସେବାରେ ନିଜକୁ ଉତ୍ସଗ କରିଛି. ଏମାନଙ୍କ ଏକ ପୁରାତନ ଘର ରହିଛି । ଏହି ଘରେ ସରକାରଙ୍କ ଠାରୁ ମିଳୁଥିବା ସାହାର୍ଯ୍ୟ ମାତ୍ର କିଛି ଟଙ୍କା ଆଉ ଚାଉଳରେ ଏହି ଦୁଇ ପ୍ରାଣୀ ଅତ୍ୟନ୍ତ ଦୁଃଖ କଷ୍ଟରେ ଜୀବନ ବିତଉଛନ୍ତି । ଏମାନଙ୍କ ଆଧାରକାର୍ଡ ହୋଇପାରୁନଥିବା ଯୋଗୁଁ 75% ଭାଗ ଭିନ୍ନକ୍ଷମ ଥାଇ ସୁଦ୍ଧା ଆବଶ୍ୟକ ସରକାରୀ ସୁବିଧା ସୁଯୋଗ ଏବଂ ଆବଶ୍ୟକ ଚିକିତ୍ସା ସୁବିଧା ଆଦି ପାଇପାରୁନାହାନ୍ତି । ଗ୍ରାମବାସୀମାନେ ଏହି ଅସହାୟ ଦୁଇ ପ୍ରାଣୀଙ୍କୁ ଅନେକ ଥର ସହାୟତାର ହାତ ବଢ଼ାଇ ଚାଲିଛନ୍ତି । ତଥାପି ଏମାନଙ୍କ ଦୁଃଖ କଷ୍ଟ ଦୂର ହୋଇପାରୁନାହିଁ । ଏଭଳି ଅସହାୟଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଓ ଚିକିତ୍ସା ସୁବିଧା ପାଇଁ ପ୍ରଶାସନ ଓ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ସହ ଅତି ତୁରନ୍ତ ଆଧାରକାର୍ଡ଼ ଦେବା ପାଇଁ ପଦକ୍ଷେପ ନିଆ ଯାଉ ବୋଲି ଗ୍ରାମବାସୀମାନେ ଦାବି ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.