ଗଜପତି ,୭.୮(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଲ୍ଲଣ୍ଡା ଗ୍ରାମରେ ବୁଧବାର ସନ୍ଧ୍ୟା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା। ମଦ ମାଫିଆ ଅବକାରୀ ବିଭାଗର କର୍ମଚାରୀ ଭାବେ ପରିଚୟ ଦେଇ ଉକ୍ତ ଅଞ୍ଚଳ ରେ ଚଢ଼ାଉ କରି ଦେଶୀ ମଦ ଭାଟି ଭାଙ୍ଗିବା ପାଇଁ ଉଦ୍ୟମ ସହ ଆତଙ୍କ ସୃଷ୍ଟି କରିଥିବା କିଛି ଅଞ୍ଚଳ ବାସି ଙ୍କ ଠାରୁ ପ୍ରକାଶ ପାଇଛି। ଅବକାରୀ ବିଭାଗର କର୍ମଚାରୀ ପରିଚୟ ଦେଇ ଥିବା ବ୍ୟକ୍ତି ମାନେ ସାଧାରଣ ପୋଷାକ ପିନ୍ଧି OD 20 -2122 ନମ୍ବର ଯୁକ୍ତ ଏକ ବେସରକାରୀ ବୋଲର ଗାଡ଼ି ବ୍ୟବହାର କରିଥିବା ବିଶିଷ୍ଟ ସୂତ୍ରରୁ ଜଣା ପଡ଼ିଛି । ଛଦ୍ମ ବେଶରେ ଯାଇଥିବା ବ୍ୟକ୍ତି ମାନେ ଅବକାରୀ ବିଭାଗ ର ନୁହନ୍ତି ସେମାନେ ମଦ ମାଫିଆ ଦଲାଲ୍ ବୋଲି ଜାଣିବା ପରେ ଅଞ୍ଚଳ ବାସିଙ୍କ ମଧ୍ୟରେ କିଛି ସମୟ ଯୁକ୍ତ ତର୍କ ହୋଇ ଥିଲା । ପରେ ଅଞ୍ଚଳ ବାସି ମାନେ ଉକ୍ତ ନକଲି ଅବକାରୀ ବ୍ୟକ୍ତି ମାନଙ୍କୁ ଧରିବାକୁ ଉଦ୍ୟମ କରିଥିବା ବେଳେ ସେମାନେ ସେଠାରୁ ଦୌଡି ଚାଲି ଯାଇଥିଲେ। ପରେ କିଛି ଦୁର୍ବୁତ୍ତ ସେମାନଙ୍କ ନେଇ ଥିବା ଗାଡ଼ି ଅବସ୍ଥା ବିଗାଡି ଦେଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ବର୍ତ୍ତମାନ ଯାଏଁ ଗୁରାଣ୍ଡି ଥାନା ରେ କୌଣସି ଅଭିଯୋଗ ଆସିନଥିବା ବେଳେ ଏହି କାର୍ଯ୍ୟକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଏଥି ନେଇ ଅବକାରୀ ବିଭାଗର ଅଧିକାରୀ ଙ୍କ ମତାମତ ନେବା ପାଇଁ ଚେଷ୍ଟା କରିଥିବା ବେଳେ ଏହା ଉପରେ ସଠିକ ସୂଚନା ପାଇ ପାରି ନଥିଲୁ । ତେବେ ସେମାନେ କିଏ ଥିଲେ ଯେଉଁ ମାନେ ଏହି ନକଲି ଅବକାରୀ ବେଶ ନେଇ ଯାଇଥିଲେ ଆଉ ସେମାନଙ୍କୁ କିଏ ଅଧିକାର ଦେଲା ଯେ ସେମାନେ ଏପରି ଅନ୍ୟ ଅଞ୍ଚଳରେ ପଶି ରନ୍ଧା ମଦ ଭାଟି ଭାଙ୍ଗିବେ। ତେଣୁ ଏହାର ତଦନ୍ତ କରିବା ସହ କେଉଁ ମାନେ ଏଥିରେ ଜଡିତ ହୋଇଛନ୍ତି ସେମାନଙ୍କୁ ଧରି ଅବକାରୀ ବିଭାଗର ସମ୍ମାନ ରଖିବା ପାଇଁ ଜନ ସାଧାରଣ ରେ ଦାବି ହୋଇଛି ।
Sign in
Sign in
Recover your password.
A password will be e-mailed to you.
Comments are closed.