ତୃତୀୟ ଲିଙ୍ଗୀଙ୍କ ପାଇଁ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ।

ଗଜପତି,୭.୮(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ନୂଆଁ ଫାଏର ଷ୍ଟେସନ୍ ଠାରେ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ଏଵଂ ଥଇଥାନ ବ୍ୟବସ୍ଥା ପାଇଁ ଭୂମି ପୂଜନ କରାଯାଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷରୁ ଏହି କିନ୍ନର ସମାଜ ବାସ ଗୃହ ପାଇଁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରସାଶନ ପକ୍ଷରୁ ଆଜି ଠାରୁ ବାସଗୃହ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାହାକୁ ନେଇ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଂଗୀ ସମାଜ ସଭାନେତ୍ରୀ ମଧୁ ବରାଡ , ସମ୍ପାଦିକା ଜସ୍ମିନ୍ ଶେଖ୍ ଖୁସି ବ୍ୟକ୍ତ କରି ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ଅବସରରେ ଗୋଷାଣୀ ବ୍ଲକ ଜେଇ ଙ୍କ ସହ ଜିଲ୍ଲାର ତୃତୀୟ ଲୀଙ୍ଗୀ ସମାଜ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।

Comments are closed.