ରାତିରେ ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ମା’ ଓ ସାତ ବର୍ଷର ପୁଅର ମୃତ୍ୟୁ ।

0

ଗଜପତି,୭.୮(ମନୋଜ ପାଢୀ):ଗଜପତି ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା। ରାତିରେ ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ମା’ ଓ ସାତ ବର୍ଷର ପୁଅର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଅଳ୍ପକେ ବର୍ତ୍ତିଲେ ବାପା ଓ କୁନି ଝିଅ,

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜଳାଙ୍ଗ ପଞ୍ଚାୟତର କଡ଼ମାତାଲ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ଅନୁସାରେ, ଅଜୟ କୁମାର ବଡ଼ରଇତ ନିଜ ପରିବାର ସହ ରାତ୍ରି ଭୋଜନ ସାରି ନିତ୍ୟଦିନ ପରି ଶୋଇଥିଲେ। ରାତିରେ ହଠାତ୍ ତାଙ୍କ ସ୍ତ୍ରୀ ଲଳିତା ବଡ଼ରଇତ ସାପ କାମୁଡ଼ିଥିବା କଥା କହି ସ୍ୱାମୀଙ୍କୁ ଉଠାଇଥିଲେ।
ଅଜୟ ଉଠି ଦେଖିବା ବେଳେ ଘର ଭିତରେ ଦୁଇଟି ସାପ ଥିବା ଦେଖିଥିଲେ। ସେ ତୁରନ୍ତ ସ୍ତ୍ରୀ ଓ ୬ ବର୍ଷର ପୁଅଙ୍କୁ ଉଦ୍ଧାର କରି ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।


ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ୬ ବର୍ଷର ଶିଶୁ ଏବଂ ପରେ ତାଙ୍କ ମା’ ଲଳିତା ବଡ଼ରଇତଙ୍କର ମୃତ୍ୟୁ ଘଟିଥିଲା।
ଏହି ଦୁଃଖଦ ଘଟଣା ପରେ କଡ଼ମାତାଲ ଗ୍ରାମ ସହ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକମାନେ ସାପ କାମୁଡ଼ା ସମ୍ପର୍କରେ ସଚେତନତା ବୃଦ୍ଧି ସହ ଗ୍ରାମାଞ୍ଚଳରେ ଆବଶ୍ୟକ ଚିକିତ୍ସା ସୁବିଧାକୁ ଆହୁରି ସୁଦୃଢ଼ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.