ଭୁବନେଶ୍ୱର : କଳିଙ୍ଗ ମିଡ଼ିଆ ସର୍ଭିସେସ ପକ୍ଷରୁ ବିଶିଷ୍ଟ ସାମ୍ବାଦିକ ଓ ୱାର୍ଲଡ଼ ଓଡିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଜୀବନ ବ୍ୟାପି ଅବଦାନ ପାଇଁ କଳିଙ୍ଗ ସମ୍ମାନ-୨୦୨୬ ପ୍ରଦାନ କରାଯାଉଛି। ଭୁବନେଶ୍ୱରର ଜୟଦେବ ଭବନ ଠାରେ ସମ୍ପାଦକ ଡ଼ଃ ମହେଶ୍ୱରଙ୍କର ତତ୍ତ୍ୱାବଧାନରେ ଆୟୋଜିତ ସମୀକ୍ଷା ସମ୍ବାଦ ପତ୍ରର ବିଂଶତମ ସ୍ଵନକ୍ଷତ୍ର ସମାରୋହ ଅବସରରେ ମୁଖ୍ୟ ଅତିଥି ଜଗଦାନନ୍ଦ ଏବଂ ମୁଖ୍ୟବକ୍ତା ଶ୍ରୀରାମ ଦାଶ ଏହି ପୁରସ୍କାର ବିତରଣ କରିଥିଲେ।