ବାଲିପାଟଣା ବନ୍ୟା ଦୁର୍ଗତଙ୍କୁ ଭେଟିଲେ ବିଧାୟକ
ପଟ୍ଟାମୁଣ୍ଡାଇ ୩/୮ : କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ବାଲିପାଟଣା ପଞ୍ଚାୟତର ବନ୍ୟା ଦୁର୍ଗତଙ୍କୁ ଭେଟିଛନ୍ତି ବିଧାୟକ ଗଣେଶ୍ଵର ବେହେରା।
ବାଲିପାଟଣା ଭେଡିସାହୀ ହରିଜନ ସାହିରେ ପହଞ୍ଚି ବନ୍ୟା ଦୁର୍ଗତ ମାନଙ୍କୁ ସମସ୍ତ ବିଷୟରେ ପଚାରି ବୁଝିଥିଲେ। ସରକାରଙ୍କ ପକ୍ଷରୁ ମିଳିଥିବା ଶୁଖିଲା ଖାଦ୍ୟ ତାହା ସମୁଦ୍ରକୁ ଶଙ୍ଖେ ହୋଇଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ। ଗୋଖାଦ୍ୟ ପହଞ୍ଚିଵା ବିଳମ୍ବକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।ଶେଷରେ ବାଲିପାଟଣା ଗ୍ରାମର
ମନ୍ମଥ ବେହୁରାଙ୍କ ମାତୃ ପାର୍ବତୀ ଵେହୁରାଙ୍କ ବିୟୋଗରେ ତାଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ବିଧାୟକଙ୍କ ସହିତ ଗ୍ରାମର ବରିଷ୍ଠ ବିଜେଡି ନେତା ଧରେନ୍ଦ୍ର ସାହୁ,ଅଭୟ ଜେନା, ସୋମ୍ୟରଞ୍ଜନ ସାହୁ,ସୋମେନ୍ଦ୍ର ନାୟକ, ଅନିଲ ସାହୁ,ଦିଵେଶ ସାହୁ, ସନ୍ତୋଷ ସାହୁ, ସଞ୍ଜୟ ସାହୁ,ଗୟାଧର ନାୟକ,ପ୍ରମୋଦ ତରାଇ, ପ୍ରଫୁଲ୍ଲ ଜେନା, ମନୋରଞ୍ଜନ ଜେନା, ବିକ୍ରମ ଜେନା,ସୁନିଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।