ଭୁବନେଶ୍ବର: ଚିଲିକା ଭିତରେ ଅବସ୍ଥିତ ମା କାଲିଜାଈ ପୀଠକୁ ଅଧିକ ସଂଖ୍ୟକ ଭକ୍ତ ଆସିବା ପାଇଁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପଦକ୍ଷେପ ଆରମ୍ଭ କରିଛନ୍ତି। ଶନିବାର ଦିନ ମନ୍ତ୍ରୀ ଚିଲିକାର ପ୍ରାକୃତିକ ଐଶ୍ୱର୍ୟ୍ୟ, କାଳିଜାଈ ପୀଠର ଆଧ୍ୟାତ୍ମିକ ମହିମା ଏବଂ ସାତପଡ଼ାର ପର୍ୟ୍ୟଟନ ସମ୍ଭାବନାକୁ ବିଶ୍ୱସ୍ତରୀୟ ପରିଚୟ ଦେବା ଦିଗରେ Architect Consultant ମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।
ଏଥିରେ କାଳିଜାଈ ପୀଠର ପବିତ୍ରତା, ପାରମ୍ପରିକ ସ୍ୱରୂପ ଓ ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖି ଏହାକୁ ଏକ ପ୍ରମୁଖ ଆଧ୍ୟାତ୍ମିକ ଓ ଐତିହ୍ୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ଜେଟିର ସୁରକ୍ଷା, ଆଧୁନିକ ପର୍ୟ୍ୟଟକ ସୁବିଧା, ସ୍ୱଚ୍ଛତା, ସୁଗମ ପ୍ରବେଶ, କୂଳକ୍ଷୟ ନିୟନ୍ତ୍ରଣ ଓ ସୁଦୃଢ଼ ପର୍ୟ୍ୟଟକ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଚିଲିକାର ପରିବେଶ ଓ ଜୈବ ବିବିଧତାର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଚିଲିକା ଓ ସାତପଡ଼ାକୁ ବିଶ୍ୱସ୍ତରୀୟ ପର୍ୟ୍ୟଟନ କେନ୍ଦ୍ରରେ ବିକଶିତ କରିବା ସହ ପର୍ୟ୍ୟଟକମାନଙ୍କ ପାଇଁ ଆଧୁନିକ ଓ ଉନ୍ନତ ସୁବିଧା ପ୍ରଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।