ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ର ରେ କୋମା ରେ ପଡ଼ିଛି x ray ବିଭାଗ ।

0

ମୋହନା,୩୧.୭(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ର ଅନ୍ୟତମ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଭାବରେ ବେଶ୍ ପରିଚିତ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର । ସରକାର ଙ୍କ କାୟା କଳ୍ପ ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି । କିନ୍ତୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନେକ ବିଭାଗ ବର୍ତ୍ତମାନ କୋମା ରେ । କହିବାକୁ ଗଲେ x ray ବିଭାଗ ଅନେକ ସମୟ ଧରି ଅଚଳ ହୋଇପଡିଛି। ବହୁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀଙ୍କ ଲାଗି କୌଣସି କାମରେ ଆସୁନି ଏହି ବିଭାଗ । ସାମାନ୍ୟ x ray ଲାଗି ସୁଦୂର ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରୁଛନ୍ତି ଡାକ୍ତର ମାନେ । ସାମାନ୍ୟ ରୋଗ କୁ ମଧ୍ୟ ଉଚିତ୍ ଚିକିତ୍ସା ମିଳୁନଥିବା ଅନେକଥର ଅଭିଯୋଗ ଆସିଛି । ଆଜି ଜଣେ ଦୁର୍ଘଟଣା ଗ୍ରସ୍ତ ରୋଗୀ ଙ୍କ x ray ନିମନ୍ତେ ମେଡିକାଲ ରେ ପହଞ୍ଚି ଡାକ୍ତର ଙ୍କ ସହ ପରାମର୍ଶ ନେବାରେ ଡାକ୍ତର ସିଧା ବ୍ରହ୍ମପୁର ଯିବାକୁ କହିଲେ । X ray ବିଭାଗ ରେ ଦାୟୀତ୍ୱରେ ଥିବା କର୍ମଚାରୀ କହିଲେ ଏହା 1988 ମସିହାର ମେସିନ୍ ତେଣୁ ଲୋ ଭୋଲ୍ଟେଜ ରେ ଏହା କାମ କରିବା ନାହିଁ । ଏପରି ବିଭିନ୍ନ ବାହାନା କରି ରୋଗୀକୁ ଫେରାଇଲେ । ସାଧାରଣ ରେ ପ୍ରଶ୍ନ ହେଉଛି ଏହା ଦୁର୍ଗମ ଅଞ୍ଚଳ ର ଶତାଧିକ ଗ୍ରାମ ର ଲୋକେ ଏହାରି ଉପରେ ନିର୍ଭର କରିଥାନ୍ତି । ଖାଲି x ray ନୁହ ଅନେକ ଜରୁରୀକାଳୀନ ସେବା ରୁ ମଧ୍ୟ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ । ଏଣୁ ଯଥାଶୀଘ୍ର ବିଭାଗୀୟ ଅଧିକାରୀ ତଥା ସରକାର ଏହା ଉପରେ ଗୁରୁତ୍ୱ ଦେବାକୁ ସାଧାରଣ ରେ ଦାବି ହେଉଛି ।

Leave A Reply

Your email address will not be published.