ବନ୍ୟାଞ୍ଚଳ ବୁଲି ବନ୍ୟା ପରିସ୍ଥିତି ଅନୁଧ୍ୟାନ କଲେ ବିଧାୟକ!
ପଟ୍ଟାମୁଣ୍ଡାଇ ୩୦/୭ : କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଧୋୟାଞ୍ଚଳ ୭ଗୋଟି ପଞ୍ଚାୟତ ବୁଲି ବନ୍ୟା ପରିସ୍ଥିତି ଅନୁଧ୍ୟାନକରିଛନ୍ତି କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା।ଆଜି ଅପରାହ୍ନରେ ବିଧାୟକ ଶ୍ରୀ ବେହେରା ଦାଣ୍ଡିସାହୀ ଠାରେ ପହଞ୍ଚି ପେଣ୍ଠପାଳ, ସିଂହଗାଁ, ତରଡିପାଳ , ଅଳପୁଆ,ଅଣ୍ଢରା, ଅମୃତ ମଣୋହି ଓ ଵଲୁରିଆ ପଞ୍ଚାୟତ ବୁଲି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।କାଣି ନଦୀ ଓ ବ୍ରାହ୍ମଣୀ ନଦୀର ମଧ୍ୟଭାଗରେ ଏହି ୭ଟି ପଞ୍ଚାୟତ ଥିଵାରୁ ପ୍ରତ୍ୟେକ ବର୍ଷ ବନ୍ୟାରେ ବହୁ କ୍ଷୟକ୍ଷତି ଧନହାନି, ପ୍ରାଣହାନି ଘଟିଥାଏ। ଚଳିତବର୍ଷ ଲଘୁଚାପ ଜନିତ ପ୍ରଵଳ ଲଗାଣ ବର୍ଷା ହେବାଦ୍ବାରା ଚାରିଆଡେ କୁତ୍ରିମ ବନ୍ୟା ସୃଷ୍ଟି ହୋଇଥିବା ବେଳେ ନଦୀଗୁଡିକ ଫୁଲି ରହିଥିଲା ।ଫଳରେ ଚଳିତ
ଵନ୍ୟା ବହୁ କ୍ଷୟକ୍ଷତି କରିବ ବୋଲି ଆଶଙ୍କା କରାଯାଉଛି। ଆଜି ବିଧାୟକ ଶ୍ରୀ ବେହେରା ସମସ୍ତ ପଞ୍ଚାୟତର ଜନସାଧାରଣ ମାନଙ୍କୁ ସାକ୍ଷାତକରି ଵନ୍ୟା ପରିସ୍ଥିତି ବିଷୟରେ ପଚାରି
ଵୁଝିଛନ୍ତି । ପରିଦର୍ଶନ ସମୟରେ ପଟ୍ଟାମୁଣ୍ଡାଇ ବ୍ଲକ ଵିଡିଓ ଶିତଲ୍ ଅଗ୍ରୱାଲଙ୍କ ସହିତ ସାକ୍ଷାତ ହୋଇଥିଲା। ସାକ୍ଷାତ ସମୟରେ ବିଧାୟକ ଶ୍ରୀ ବେହେରା ବନ୍ୟା ପରିସ୍ଥିତି ବିଷୟରେ ପଚାରି ବୁଝିଥିଲେ।ଏହି ପରିଦର୍ଶନ ସମୟରେ କେଦାର ବିଶ୍ଵାଳ, ଶଶାଙ୍କ ବିଶ୍ଵାଳ, କାଙ୍ଗାଳି ସେଠୀ, କୁଳମଣି ମଲ୍ଲିକ,ବଣ୍ଟି ପ୍ରଧାନ, ସମିତି ସଭ୍ୟ ନିରଞ୍ଜନ ବାରିକ,ସରପଞ୍ଚ ଦେବେନ୍ଦ୍ର ବିଶ୍ଵାଳ, ଧନେଶ୍ଵର ପ୍ରଧାନ, ଅଭିଷେକ ବିଶ୍ବାଳ,ଚନ୍ଦନ ସାହୁ ନିରଞ୍ଜନ ମଲ୍ଲିକ, ବିଶ୍ଵଜିତ ମହାନ୍ତି,ନକୁଳ ସାମଲ, ବାବାଜୀ ମଲ୍ଲିକ, ପୂର୍ବତନ ସରପଂଚ କୈଳାଶ ସେଠୀ, ନିରଞ୍ଜନ ମଲ୍ଲିକ, ସଞ୍ଜିବ ମଲ୍ଲିକ ପ୍ରମୁଖ ଚଳିତ ବନ୍ୟା ପରିସ୍ଥିତି ପ୍ରତିକାର ଉପରେ ଆଲୋଚନା କରିଥିଲେ।