ବେଆଇନ ବିଜ୍ଞାପନ ଅର୍ଥ ଦାବି ଓ ମିଥ୍ୟା ଅପପ୍ରଚାର: କଠୋର ଆଇନଗତ ପଦକ୍ଷେପ ନେଲା ଉତ୍କଳ ବିଶ୍ୱବିଦ୍ୟାଳୟ; ଥାନାରେ ଅଭିଯୋଗ 

0
ଭୁବନେଶ୍ୱର, ୨୯/୭(କୃଷ୍ଣ କୁମାର ମହାନ୍ତି) : ଉତ୍କଳ ବିଶ୍ୱବିଦ୍ୟାଳୟର ସୁନାମ ଓ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ହେଉଥିବା ଏକ ହୀନ ଉଦ୍ୟମ ବିରୋଧରେ ପ୍ରଶାସନ ପକ୍ଷରୁ ନ୍ୟାୟିକ ପଦକ୍ଷେପ ଗ୍ରହଣ କରାଯାଇଛି।
ବିଶ୍ୱବିଦ୍ୟାଳୟ ଠାରୁ ବେଆଇନ ଭାବେ ବିଜ୍ଞାପନ ବାବଦକୁ ଅର୍ଥ ଦାବି କରିବା ଏବଂ ଦାବି ପୂରଣ ନହେବାରୁ କପୋଳକଳ୍ପିତ ଓ ଭିତ୍ତିହୀନ ଖବର ପ୍ରସାରଣର ଅଭିଯୋଗ ହୋଇଛି। ଲିଖିତ ଅଭିଯୋଗ ଅନୁଯାୟୀ, ଅଜ୍ଞାତ ବ୍ୟକ୍ତି ବା ସଂସ୍ଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ନାମରେ ଅପପ୍ରଚାର, ବିଶ୍ୱବିଦ୍ୟାଳୟର ଗରିମାକୁ ମଳିନ ଏବଂ ଆଉ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାମାଜିକ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବାକୁ ହୀନ ଚକ୍ରାନ୍ତ ଚଳାଇଛନ୍ତି।
ସୂଚନାନୁସାରେ ଉକ୍ତ ବ୍ୟକ୍ତି ଓ ସଂସ୍ଥା ପ୍ରଥମେ ଅନୁଚିତ ଓ ବେଆଇନ ବାଟରେ ବିଜ୍ଞାପନ ଅର୍ଥ ପାଇଁ ପ୍ରଶାସନ ଉପରେ କ୍ରମାଗଚ ଚାପ ପକାଇଥିଲେ। ବିଶ୍ୱବିଦ୍ୟାଳୟ ଉକ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିବାରୁ, ସଂପୃକ୍ତ ବ୍ୟକ୍ତି ଓ ସଂସ୍ଥା ଏପରି ଭିତ୍ତିହୀନ ଖବର ପ୍ରସାରଣ କରୁଥିବାରୁ କର୍ତ୍ତୃପକ୍ଷ ପୋଲିସକୁ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
Leave A Reply

Your email address will not be published.