ରା -ଉଦୟଗିରିତାରିଖ -21/07/2026(ମନୋଜ ପାଢ଼ୀ)ଆଙ୍କର : ଜଣେ ବ୍ୟକ୍ତି ଜୀବିତ ଅଛନ୍ତି, ପ୍ରତିଦିନ କୁଳିମଜୁରି କରି ପରିବାର ଚଳାଉଛନ୍ତି। କିନ୍ତୁ ସରକାରୀ ରେକର୍ଡରେ ସେ ମୃତ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ। ଏପରି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା ରା-ଉଦୟଗିରି ବ୍ଲକ ମହେନ୍ଦ୍ରଗଡ଼ ପଞ୍ଚାୟତ ଅନ୍ତର୍ଗତ ରଣାଲାଇ ଗାଁରୁ ସାମ୍ନାକୁ ଆସିଛି।
ରଣାଲାଇ ଗାଁର ୫୬ ବର୍ଷୀୟ ଜିଖରୀୟ ପାଲ ଜଣେ ଦିନମଜୁରିଆ। କୁଳିମଜୁରି କରି ଯାହା ରୋଜଗାର କରନ୍ତି, ସେଥିରେ ହିଁ ପରିବାର ଚଳେ। ସରକାରଙ୍କ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ଚାଉଳ ମଧ୍ୟ ତାଙ୍କ ପରିବାର ପାଇଁ ବଡ଼ ସାହାରା ଥିଲା। କିନ୍ତୁ ହଠାତ୍ ତାଙ୍କ ଜୀବନରେ ଆସିଛି ଏକ ବଡ଼ ସମସ୍ୟା।
ଅଭିଯୋଗ ଅନୁସାରେ, ଆଧାର ସମ୍ବନ୍ଧୀୟ ସରକାରୀ ରେକର୍ଡରେ ଜିଖରୀୟ ପାଲଙ୍କୁ ମୃତ ଭାବେ ଦର୍ଶାଯାଇଛି। ଫଳରେ ତାଙ୍କୁ ରାସନ ଚାଉଳ ମିଳୁନାହିଁ। ଏପରିକି ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁବିଧାରୁ ମଧ୍ୟ ସେ ବଞ୍ଚିତ ହେଉଥିବା ଦାବି କରିଛନ୍ତି।
ଏହି ସମସ୍ୟାର ସମାଧାନ ପାଇଁ ଜିଖରୀୟ ରା-ଉଦୟଗିରିରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଫେରାଦ ହୋଇଥିଲେ। ତାଙ୍କ ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ସମ୍ପୃକ୍ତ ଯୋଗାଣ ବିଭାଗ ଅଧିକାରୀଙ୍କୁ ତୁରନ୍ତ ତ୍ରୁଟି ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେଇଥିବା ନେଇ କହିଛନ୍ତି l
ଜୀବିତ ଥାଇ ମଧ୍ୟ ସରକାରୀ ରେକର୍ଡରେ ମୃତ ଘୋଷିତ ହେବା ଭଳି ଘଟଣା ପ୍ରଶାସନିକ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏବେ ଦେଖିବାକୁ ବାକି ରହିଲା, କେବେ ସୁଦ୍ଧା ଜିଖରୀୟ ପାଲଙ୍କ ରେକର୍ଡ ସଂଶୋଧନ ହେଉଛି ଏବଂ ସେ ପୁଣିଥରେ ସରକାରଙ୍କ ସମସ୍ତ କଲ୍ୟାଣମୂଳକ ଯୋଜନାର ସୁବିଧା ପାଇପାରୁଛନ୍ତି।
Sign in
Sign in
Recover your password.
A password will be e-mailed to you.